Categories: ଜାତୀୟ

ଦିଲ୍ଲୀ ମୁହାଁ ୧୫ ଶହ ଗାଡ଼ି: ୭ ଜିଲାର ହଜାରେ ଗାଁର ବାସିନ୍ଦା ଏକଜୁଟ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି ପଞ୍ଜାବରୁ ଦିଲ୍ଲୀ ମୁହାଁ ହୋଇଛି ୧୫ ଶହ ଗାଡ଼ି। ଏଥିରେ ୧୩ ଶହ ଟ୍ରାକ୍ଟର ମଧ୍ୟ ରହିଛି। ଏସବୁ ଗାଡ଼ିରେ ପଞ୍ଜାବର ୭ଟି ଜିଲାର ହଜାରେ ଗାଁର ବାସିନ୍ଦା ଏକଜୁଟ ହୋଇ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରେ ଅମୃତସର, ଗୁରୁଦାସପୁର, ତାରାନ ତାରାନ, ଜଳନ୍ଧର, ହୋସିଆରପୁର, ଫିରୋଜପୁର ଏବଂ ମୋଗା ଜିଲାର ବାସିନ୍ଦା ରହିଛନ୍ତି। ଚଳିତ ସପ୍ତାହ ଶେଷସୁଦ୍ଧା ସେମାନେ ଦିଲ୍ଲୀରେ ପହଞ୍ଚିବେ ବୋଲି କିଷାନ ମଜଦୁର ସଂଘ କମିଟି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ସଂଶୋଧନ ପ୍ରସ୍ତାବକୁ ଅନ୍ନଦାତାମାନେ ଗ୍ରହଣ କରିବାକୁ ଅମଙ୍ଗ ହେବାପରେ ଏବେ ସ୍ଥିତି ଘନେଇବାରେ ଲାଗିଛି।

Share