Categories: ଜାତୀୟ

ଦିଲ୍ଲୀରେ ଚାଲିବନି ଟ୍ରକ୍‌

ନୂଆଦିଲ୍ଲୀ,୨୨।୧୧: ରାଜଧାନୀ ଦିଲ୍ଲୀରେ ଚାଲିବନି ଟ୍ରକ୍‌। ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ପ୍ରବଧ୍ୟନ ଆୟୋଗ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିଥିବା ବେଳେ ଏହାକୁ ୨୬ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଟ୍ରକ୍‌କୁ ଏଥିରୁ ବାଦ ଦିଆଯାଇଛି।

ଏହି ସମୟରେ ବିଭିନ୍ନ ଅଫିସ, କର୍ପୋରେଟ ସେକ୍ଟର ବି ବନ୍ଦ ରହିବ। ଏହାବାଦ ଘରୋଇ କମ୍ପାନୀ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ରାସ୍ତାରେ ଗଡୁଥିବା ଗାଡି ସଂଖ୍ୟା କମିଯିବ ଓ ପ୍ରଦୂଷଣ ମାତ୍ରା କିଛି ମାତ୍ରାରେ ହ୍ରାସ ପାଇବ । ତେଣୁ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।

 

Share