ଆଜି ବି ଇଡିର ସମନରେ ହାଜର ହେବେନି କେଜ୍‌ରିଓ୍ବାଲ, ଏଏପି କହିଲା ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୩।୧: ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ତୃତୀୟ ନୋଟିସ ପଠାଇଛି। ତେବେ ଇଡିର ତୃତୀୟ ନୋଟିସ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ହାଜର ହେବାକୁ ଯାଉନାହାଁନ୍ତି। ଏହି ନୋଟିସ ସମ୍ପର୍କରେ ଆମ ଆଦମୀ ପାର୍ଟି (ଏଏପି) ପକ୍ଷରୁ କୁହାଯାଇଛି ଯେ, କେଜ୍‌ରିଓ୍ବାଲଙ୍କୁ ନିର୍ବାଚନ ପ୍ରଚାରରୁ ନିବୃତ୍ତ କରିବା ପାଇଁ ଏକ ଷଡଯନ୍ତ୍ର ଚାଲିଛି। ଏଏପି କହିଛି, କେଜ୍‌ରିଓ୍ବାଲ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଏହି ନୋଟିସ ସମ୍ପୂର୍ଣ୍ଣ ବେଆଇନ ଅଟେ। ନିର୍ବାଚନ ପୂର୍ବରୁ କାହିଁକି ନୋଟିସ ପଠାଯାଇଛି ବୋଲି ଦଳ ପ୍ରଶ୍ନ କରିଛି। କେଜ୍‌ରିଓ୍ବାଲଙ୍କୁ ଗିରଫ କରିବା ସେମାନଙ୍କର ଉଦ୍ଦେଶ୍ୟ।