Posted inଜାତୀୟ

ଜେଲ ଭିତରେ ସିସୋଡିଆଙ୍କ ଜୀବନ ବିପଦ ଅଭିଯୋଗ: ଭାଜପା କହିଲା, କେଜ୍‌ରିଓ୍ବାଲ୍‌ କରୁଛନ୍ତି ଷଡଯନ୍ତ୍ର

ନୂଆଦିଲ୍ଲୀ,୮।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆଙ୍କୁ ଭାଜପା ଏବଂ ଏଏପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଛି। ତିହାରରେ ମନୀଷ ସିସୋଡିଆଙ୍କୁ ହତ୍ୟା କରିବା ପାଇଁ ଭାଜପା ଏକ ଷଡଯନ୍ତ୍ର ରଚିଥିବା ଏଏପି ଅଭିଯୋଗ କରିଛି। ଏହାର ପାଲଟା ଅଭିଯୋଗ କରି ଭାଜପା କହିଛି ଯେ, ଭାଜପା ନୁହେଁ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ହିଁ ସିସୋଡିଆଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ରଚୁଛନ୍ତି।
ବୁଧବାର ସକାଳେ ଆମ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଏକ ଖବରଦାତା ସମ୍ମିଳନୀ କରିଥିଲେ। ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କହିଥିଲେ, ମନୀଷ ସିସୋଡିଆଙ୍କୁ ଜେଲରେ ହତ୍ୟା କରିବା ପାଇଁ ଭାଜପା ଷଡଯନ୍ତ୍ର କରିଛି କି? ଏହି ଷଡଯନ୍ତ୍ର ଅନୁଯାୟୀ, ମନୀଷ ସିସୋଡିଆଙ୍କୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ଜେଲ ନମ୍ବର ୧ରେ ରଖାଯାଇଛି। ସିସୋଡିଆ ଭିପାସନା ସେଲରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ସତ୍ତ୍ୱେ ତାଙ୍କୁ ବିପଦପୂର୍ଣ୍ଣ ଅପରାଧୀଙ୍କ ସହିତ କାହିଁକି ରଖାଯାଇଛି? ପ୍ରଧାନମନ୍ତ୍ରୀ ଏବଂ ଭାଜପା ରାଜନୈତିକ ସ୍ତରରେ ଏଏପିକୁ ପରାସ୍ତ କରିପାରୁ ନାହିଁ, ତେଣୁ ସେମାନେ ଆମର ନେତାମାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଛନ୍ତି କି? ଏହି ଉପାୟରେ ଦିଲ୍ଲୀ ଏବଂ ଏମସିଡି ପରାଜୟର ପ୍ରଧାନମନ୍ତ୍ରୀ ପ୍ରତିଶୋଧ ନେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହାର ଜବାବରେ ଭଜାପା ନେତା ମନୋଜ ତିୱାରୀ କହିଛନ୍ତି, ଦିଲ୍ଲୀ ଜେଲଗୁଡିକ ଦିଲ୍ଲୀ ସରକାରଙ୍କ ଅଧୀନରେ ଆସୁଛି, ଅର୍ଥାତ୍‌ ଏହି ଜେଲଗୁଡ଼ିକ ଅରବିନ୍ଦ କେଜ୍‌ରିୱାଲ ସରକାରଙ୍କ ଅଧୀନରେ ଅଛି। ଏଭଳି ପରିସ୍ଥିତିରେ ଜେଲ୍‌ ଭିତରେ ତାଙ୍କ ନିଜ ସହକର୍ମୀ ମନୀଷ ସିସୋଡିଆଙ୍କ ଜୀବନ ପ୍ରତି ବିପଦ କିପରି ସେ ସୃଷ୍ଟି କରିପାରନ୍ତି। କେଜ୍‌ରିଓ୍ବାଲ୍‌ ମନୀଷ ସିସୋଡିଆଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି କି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜିପୁର ଗ୍ରାମକୁ ଯିବା ବେଳେ ଯୁବକଙ୍କୁ ଧକ୍କାଦେଇ ୧୫ ଫୁଟ ତଳକୁ ଖସିପଡ଼ିଲା ଟ୍ରାକ୍ଟର: ଆଖିବୁଜିଦେଲେ…

ମୋହନା,୧୬ା୫(ମନ୍ମଥ ମିଶ୍ର): ମୋହନା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୋହନା ଥାନା ଅନ୍ତର୍ଗତ କିର୍ତିଂ ଗ୍ରାମର…

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର, ୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri