Categories: ଜାତୀୟ

ପ୍ରମାଣ ନଷ୍ଟ ପାଇଁ ୧୪୦ ଫୋନ୍‌ ବଦଳାଇଛନ୍ତି ଅଭିଯୁକ୍ତ

ନୂଆଦିଲ୍ଲୀ,୧୨ା୧୧: ଦିଲ୍ଲୀ ଅବକାରୀ ନୀତି କାର୍ଯ୍ୟକାରୀ ହେବା ପୂର୍ବରୁ ଏହା କେତେକ ମଦ କମ୍ପାନୀ ନିକଟରେ ପହଞ୍ଚତ୍ଥିଲା। ମଦ ଲାଇସେନ୍ସ ପ୍ରଦାନରେ ହୋଇଥିବା ଲାଞ୍ଚ କାରବାରର ଡିଜିଟାଲ ପ୍ରମାଣ ନଷ୍ଟ କରିବା ନିମନ୍ତେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ପ୍ରାୟ ୧୪୦ଟି ମୋବାଇଲ ଫୋନ୍‌ ବଦଳାଇଥିଲେ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କହିଛି। ଏ ସମ୍ପର୍କରେ ଇଡି ସ୍ବତନ୍ତ୍ର ମନିଲଣ୍ଡରିଂ ଆଇନ (ପିଏମ୍‌ଏଲ୍‌ଏ) କୋର୍ଟଙ୍କୁ ଅବଗତ କରାଇଛି। ପ୍ରମାଣ ନଷ୍ଟ ଲାଗି ମୋବାଇଲ ଫୋନ୍‌ ବଦଳାଇବାରେ ୧.୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଲାଇସେନ୍ସ ପ୍ରଦାନରେ ୧୦୦ କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିଲା ବୋଲି ଇଡି କହିଛି। ଦିଲ୍ଲୀରେ ଖୁଚୁରା ମଦ ଦୋକାନ ଖୋଲିବା ଲାଗି ଅବକାରୀ ଅଧିକାରୀମାନେ ଏହି ଲାଞ୍ଚ ଅର୍ଥ ସଂଗ୍ରହ କରିଥିଲେ।

Share