Posted inଜାତୀୟ

‘ଜୀବନରେ ପ୍ରଥମଥର ପାଇଁ ମୁଁ ଭାଜପାକୁ ଭୋଟ ଦେଇଛି’; ଅଲ୍‌ ଇଣ୍ଡିଆ ଇମାମ୍‌ ଆସୋସିଏଶନ୍‌ ମୁଖ୍ୟ ମୌଲାନା ରଶିଦି ଦେଲେ ଚମକାଇବା ଭଳି ବୟାନ…

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ମତଦାନ ବୁଧବାର ଶେଷ ହୋଇଛି। ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଅଲ୍‌ ଇଣ୍ଡିଆ ଇମାମ୍‌ ଆସୋସିଏଶନ୍‌ର ଅଧ୍ୟକ୍ଷ ସାଜିଦ ରଶିଦି ଚମକାଇବା ଭଳି ବୟାନ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ପ୍ରଥମ ଥର ଲାଗି ଭାଜପାକୁ ଭୋଟ ଦେଇଥିବା କହିଛନ୍ତି।

ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ତାଙ୍କର ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ‘ବନ୍ଧୁମାନେ ମୁଁ ଭୋଟ ଦେଇ ଦେଇଛି। ଦିଲ୍ଲୀରେ କିଏ ସରକାର ଗଢ଼ିବ ତା ଲାଗି। ତେବେ କାହାକୁ ଦେଇଛି ଶୁଣିଲେ ଚକିତ ହୋଇଯିବେ। ମୁଁ ମୋର ଭୋଟ ଭାଜପାକୁ ଦେଇଛି। ଜୀବନରେ ପ୍ରଥମ ଥର ଲାଗି ଭାଜପାକୁ ଭୋଟ ଦେଇଛି। କାହିଁକି ଏଭଳି କରିଛି ତା ପଛରେ ବହୁତ କାରଣ ରହିଛି। ଏଯାବତ ମୁସଲମାନଙ୍କ ଉପରେ ଅଭିଯୋଗ ହୋଇ ଆସିଛି ଯେ ଭାଜପାକୁ ହରାଇବା ଲାଗି ସେମାନେ ଭୋଟ କରିଥାନ୍ତି। ହେଲେ ଏବେ ଦିଲ୍ଲୀରେ ଭାଜପା ଜିତୁ ବୋଲି ମୁଁ ଭୋଟ କରିଛି। ଏହାର ଆଉ କାରଣ ମଧ୍ୟ ରହିଛି।’

ତେବେ ସାଜିଦ ରଶିଦିଙ୍କର ଏଭଳି ଦାବି ପରେ ଅମିତ ମାଲବୀୟ ପୋଷ୍ଟ କରି କହିଛନ୍ତି, ଏବେ ଅଲ୍‌ ଇଣ୍ଡିଆ ଇମାମ୍‌ ଆସୋସିଏଶନ୍‌ର ଅଧ୍ୟକ୍ଷ ରଶିଦି କହିଛନ୍ତି ଯେ ଭାଜପାକୁ ସେ ନିର୍ବାଚନରେ ଭୋଟ ଦେଇଛନ୍ତି। ଏହା ଗୋଟିଏ ଘଟଣା ନୁହେଁ। ତଥାକଥିତ ଯଦି ମୁସଲମାନମାନେ ବହୁଳଭାବେ ଭାଜପାକୁ ସମର୍ଥନ କରୁଛନ୍ତି ସେନେଇ ଧର୍ମନିରପେକ୍ଷ ଦଳଗୁଡ଼ିକ’ ଚିନ୍ତା କରିବା ଆବଶ୍ୟକ।’

କହିରଖୁଛୁ, ବୁଧବାର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀରେ ଦିଲ୍ଲୀରେ ଭାଜପା ଆଗାମୀ ସରକାର ଗଠନ କରିବ ବୋଲି ଦର୍ଶାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri