Categories: ଜାତୀୟ

ମନିଷ ସିସୋଡିଆଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି କି ତାଙ୍କ ଘରକୁ ସିବିଆଇ ଆସିଛି । ଯାହାକୁ ସେ ସ୍ୱାଗତ କରିଛନ୍ତି । ମୁଁ ସଚ୍ଚୋଟ ବ୍ୟକ୍ତି ଆମେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଢୁଛୁ । ଦୁଃଖ ଲାଗୁଛି ଯେ ଆମ ଦେଶରେ ଯିଏ ଭଲ କାମ କରୁଛି ତାକୁ ଏହିଭଳି ଭାବେ ହଇରାଣ କରାଯାଉଛି । ଏଇଥିପାଇଁ ଏପର୍ଯ୍ୟନ୍ତ ଆମ ଦେଶ ନମ୍ବର ୱାନ ହୋଇପାରୁ ନାହିଁ ।

ସୂଚନାଯୋଗ୍ୟ, ଏକ୍ସାଇଜ ପଲିସିକୁ ନେଇ ଏଲଜି ଏହି ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ଏବେ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ସିସୋଡିଆ କହିଛନ୍ତି ଦିଲ୍ଲୀରେ ଉତ୍ତମ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟକୁ ଏମାନେ ସହ୍ୟ ପରିପାରୁ ନାହାନ୍ତି । ସେଥିପାଇଁ ମୋ ଘରେ ସିବିଆଇ ପହଞ୍ଚିଛି । ହେଲେ ଉତ୍ତମ ଶିକ୍ଷା ପାଇଁ ମୁଁ ଯେଉଁ କାମ କରୁଛି ତାହାକୁ କେହି ଅଟକାଇ ପାରିବେ ନାହିଁ । ଏହାସହ ସିସୋଡିଆ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ମୋ ବିରୋଧରେ ଯେଉଁ ସବୁ ମାମଲା କରାଯାଇଛି ସେଥିରୁ କିଛି ମିଳିନାହିଁ ଏଥର ବି କିଛି ମିଳିବ ନାହିଁ । କାରଣ ମୁଁ ଜଣେ ସଚ୍ଚେଟ ବ୍ୟକ୍ତି ।

Share