Categories: ଜାତୀୟ

୫ ରାଜ୍ୟବାସୀଙ୍କୁ ଦିଲ୍ଲୀ ମନା

ନୂଆଦିଲ୍ଳୀ,୨୪।୨: ଦେଶର କରୋନା ସଂକ୍ରମଣ ପୁଣି ଫେରିଛି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ୫ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏସବୁ ରାଜ୍ୟବାସୀଙ୍କୁ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଲା ପରେ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ମିଳିବ। ସେମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ଆର୍‌ଟି-ପିସିଆର ନେଗେଟିଭ୍‌ ଦେଖାଇବାକୁ ପଡ଼ିବ ବୋଲି ଦିଲ୍ଲୀ ପ୍ରଶାସନ ପକ୍ଷରୁ କୁହାଯାଇଛି। ବିମାନ, ଟ୍ରେନ୍‌ ଏବଂ ବସ୍‌ ଯୋଗେ ଦିଲ୍ଲୀ ଆସୁଥିବା ଲୋକଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଏହି ନିୟମ ଫେବୃୟାରୀ ୨୬ ମଧ୍ୟରାତ୍ରରୁ ମାର୍ଚ୍ଚ ୧୫ ମଧ୍ୟାହ୍ନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏସବୁ ରାଜ୍ୟଗୁଡ଼ିକରେ ମୋଟ କରୋନା ଆକ୍ରାନ୍ତଙ୍କ ୮୬ ପ୍ରତିଶତ ଥିବାରୁ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Share