Categories: ଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ସିସୋଡିଆ

ନୂଆଦିଲ୍ଲୀ,୬।୩: ଦିଲ୍ଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ହୋଲି ଏବେ ତିହାର ଜେଲରେ ପାଳନ କରାଯିବ। ରାଉସ ଆଭେନ୍ୟୁ କୋର୍ଟ ସିସୋଡିଆଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
ସୂଚନା ଅନୁଯାୟୀ, ଦୀର୍ଘ ୮ ଘଣ୍ଟିଆ ପଚରାଉଚରା ପରେ ସିସୋଡିଆକୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା। ୨୭ ଫେବୃଆରୀରେ ତାଙ୍କୁ ରାଉସ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ପଚରାଉଚରା ପାଇଁ କୋର୍ଟ ସିସୋଡିଆଙ୍କୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ପଠାଇଥିଲେ। ସେପଟେ ସିସୋଡିଆ ମଧ୍ୟ ତାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହା ଶୁଣାଣି କରିବାକୁ ମନା କରିଦେଇଥିଲେ। ମାର୍ଚ୍ଚ ୪ରେ ସିସୋଡିଆ କୋର୍ଟରେ ହାଜର କରାଯାଇଥିଲା। ଜଜ ଏମ.କେ ନାଗପାଲ ତାଙ୍କୁ ଆଉ ଦୁଇ ଦିନ ସିବିଆଇ ହେପାଜତକୁ ପଠାଇଥିଲେ। ୨ ଦିନ ରିମାଣ୍ଡ ପରେ ଆଜି ସିସୋଡିଆ କୋର୍ଟରେ ହାଜର କରାଯାଇଥିଲା। ସୋମବାର ସିବିଆଇ ରିମାଣ୍ଡ ଶେଷ ହେବା ପରେ ସିସୋଡିଆଙ୍କୁ ରାଉସ ଆଭେନ୍ୟୁ କୋର୍ଟକୁ ଅଣାଯାଇଥିଲା। କୋର୍ଟ ତାଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

Share