Categories: ଜାତୀୟ

ଆଉ ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ଅଫତାବ

ନୂଆଦିଲ୍ଲୀ,୯।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବଙ୍କୁ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ଅଫତାଭଙ୍କ ନ୍ୟାୟିକ ହେପାଜତକୁ ଆଉ ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସୂଚନା ମିଳିଛି। ଏହାପୂର୍ବରୁ ନଭେମ୍ବର ୨୬ରେ ଅଫତାବଙ୍କୁ ୧୩ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।
ମେ ୧୮ରେ ପ୍ରେମିକା ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିଥିବା ସ୍ବୀକାର ପରେ ନଭେମ୍ବର ୧୪ରେ ଅଫତାବଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି। ଏହାପୂର୍ବରୁ ତାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର କରାଯିବାକୁ ଥିଲା କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା।

Share