Categories: ଜାତୀୟ

ବାଟ୍‌ଲା ହାଉସ ଏନକାଉଣ୍ଟର: ଅଭିଯୁକ୍ତଙ୍କୁ ଫାଶି

ନୂଆଦିଲ୍ଲୀ, ୧୫।୩ – ପୋଲିସ ଇନସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ହତ୍ୟା ଓ ୨୦୦୮ ବାଟ୍‌ଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅରିଜ ଖାନଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ସେସନ କୋର୍ଟ। ଶୁଣାଣିବେଳେ ଏହାକୁ ବିରଳରୁ ବିରଳ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥିଲେ ଅତିରିକ୍ତ ସେସନ ଜଜ୍‌ ସନ୍ଦୀପ ଯାଦବ। ଚଳିତ ମାସ ୮ ତାରିଖରେ ଇଣ୍ଡିଆନ ମୁଜାହିଦ୍ଦିନର ସଦସ୍ୟ ଆରିଜ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ମାନ୍ୟବର କୋର୍ଟ ଅରିଜଙ୍କ ଉପରେ ୧୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ମୃତ ପୋଲିସ ଅଧିକାରୀଙ୍କ ପରିବାରକୁ ତୁରନ୍ତ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ଉଚିତ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସ୍ପେଶାଲ ସେଲର ଇନସପେକ୍ଟର ମୋହନ ଶର୍ମା ଦକ୍ଷିଣ ଦିଲ୍ଲୀର ଜାମିଆ ନଗର ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ।

ଉଲ୍ଲେଖଥାଉ କି, ୨୦୦୮ ସେପ୍ଟେମ୍ବର ୧୩ରେ ଦିଲ୍ଲୀରେ ଘଟିଥିଲା ସିରିଏଲ ବୋମା ବିସ୍ଫୋରଣ। ଏଥିରେ ୩୦ ଜଣ ପ୍ରାଣ ହରାଇଥିଲେ। ଏହାର ଗୋଟିଏ ସପ୍ତାହ ପରେ ଅର୍ଥାତ ସେପ୍ଟେମ୍ବର ୧୯ରେ ସନ୍ଦିଗ୍ଧ ଆତଙ୍କବାଦୀ ଓ ପୁଲିସ ମଧ୍ୟରେ ବାଟଲା ହାଉସରେ ଗୁଳି ବୀନିମୟ ହୋଇଥିଲା। ବାଟଲା ହାଉସରୁ ଇଣ୍ଡିଆନ ମୁଜାହିଦ୍ଦିନର ଆତଙ୍କବାଦୀ ଆରିଜଙ୍କୁ ଗିରଫ କରାଯାଇଥିଲା।

Share