କେନ୍ଦ୍ର ସରକାରଙ୍କୁ କେଜରିୱାଲଙ୍କ ଅନୁରୋଧ: ସବୁ ଭାରତୀୟଙ୍କୁ ମିଳୁ ମାଗଣା ଟିକା

ନୂଆଦିଲ୍ଲୀ,୯ ।୧: କରୋନା ଭାଇରସ ଭ୍ୟାକ୍ସିନ ଏବେ ଶେଷ ପର୍ଯ୍ୟାୟରେ । ଭ୍ୟାକ୍ସିନେଶନ ପାଇଁ କେବେବି ତାରିଖ ଘୋଷଣା କରାଯାଇପାରେ । ଅନୁମାନ କରାଯାଉଛି କି ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଏକ ଅନୁରୋଧ କରିଛନ୍ତି । କେଜରିୱାଲ କହିଛନ୍ତି ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ କରୋନା ଟିକା ଦିଆଯାଉ । ଟୁଇଟ୍ କରି କେଜରିୱାଲ କହିଛନ୍ତି କରୋନା ଚଳିତ ଶତାବ୍ଦିର ସବୁଠାର ବଡ ମହାମାରୀ । ଏବେ ଆମେ ନିଜ ଦେଶବାସୀଙ୍କୁ ସୁରକ୍ଷିତ ରଖିବାର ସମୟ । ତେଣୁ ଏବେ ସମସ୍ତ ଦେଶବାସୀଙ୍କୁ ଯଦି ମାଗଣାରେ କରୋନା ଟିକା ଦିଆଯାଆନ୍ତା ତେବେ ଏଥିରେ ଯାହା ଖର୍ଚ୍ଚ ହୁଅନ୍ତା ଏହା ବଦଳରେ କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇ ହୁଅନ୍ତା । କିଛିଦିନ ପୂର୍ବରୁ କେଜରିୱାଲ ଘୋଷଣା କରିଥିଲେ କି ଦିଲ୍ଲୀର ପ୍ରାୟ ୨ କୋଟି ବାସିନ୍ଦାଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । କେଜରିୱାଲଙ୍କ ସହ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବି ଏହା ଘୋଷଣା କରିଥିଲେ । କରୋନା ଟିକାକରଣ ପୂର୍ବରୁ ଦିଲ୍ଲୀରେ ଶୁକ୍ରବାର ଟିକାକରଣର ପୂର୍ବାଭ୍ୟାସ ବା ଡ୍ରାଏରନ୍ କରାଯାଇଥିଲା ।

Share