ବର୍ଦ୍ଧିତ କରୋନା ମାମଲାକୁ ନେଇ ପ୍ରତିକ୍ରିୟା ରଖିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୨।୪: ଦେଶରେ ପୁଣି ଥରେ ଅନେକ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଯେଉଁଥିରେ ରାଜଧାନୀ ଦିଲ୍ଲୀ ମଧ୍ୟ ସାମିଲ ରହିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦିଲ୍ଲୀ-ମହାରାଷ୍ଟ୍ର ସମେତ ମୋଟ ୫ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ଅନ୍ୟପଟେ ରାଜଧାନୀରେ ବର୍ତ୍ତମାନ ବଢ଼ୁଥିବା କରୋନା ମାମଲାକୁ ନେଇ ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଢ଼ୁଥିବା କରୋନା ମାମଲା ଉପରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, ଲଗାତର ଭାବେ ପରିସ୍ଥିତି ଉପରେ ନଜର ରଖାଯାଇଛି। ଯଦି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଆସେ, ତେବେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ବର୍ତ୍ତମାନ କରୋନା ମାମଲା ଏତେ ଦ୍ରୁତ ଗତିରେ ବୃଦ୍ଧି ପାଉନାହିଁ ବୋଲି କେଜ୍ରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ଗତ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରେ କରୋନା ମାମଲା ସହ ପଜିଟିଭିଟି ହାରରେ ମଧ୍ୟ ବୃଦ୍ଧି ପାଇଛି

Share