Categories: ଜାତୀୟ

କାଞ୍ଝାଓ୍ବାଲା ପୀଡ଼ିତାଙ୍କ ମା’ଙ୍କ ସହ କଥା ହେଲେ କେଜ୍‌ରିଓ୍ବାଲ: ୧୦ଲକ୍ଷ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ,୩।୧: ଉତ୍ତର-ପୂର୍ବ ଦିଲ୍ଲୀର ସୁଲତାନପୁରୀ କାଞ୍ଝାଓ୍ବାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ପୀଡ଼ିତାଙ୍କ ପରିବାର ସହ କଥା ହୋଇଛନ୍ତି। ପୀଡ଼ିତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି। ଏଥିସହ ମୃତ ଝିଅର ମା’ଙ୍କ ସମ୍ପୂର୍ଣ୍ଣ ଚିକିତ୍ସା କରିବା ପାଇଁ ସେ ଆଶ୍ୱାସନା ଦେଇଛନ୍ତି। ଏନେଇ ମଙ୍ଗଳବାର କେଜ୍‌ରିଓ୍ବାଲ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୀଡ଼ିତାଙ୍କ ମା’ଙ୍କ ସହିତ କଥା ହୋଇ ଝିଅକୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ସବୁଠାରୁ ବଡ଼ ଓକିଲଙ୍କୁ ଏହି କେସ୍‌ ଦିଆଯିବ। ଅନ୍ୟପଟେ ତାଙ୍କ ମା’ ଅସୁସ୍ଥ ଥିବାରୁ ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ସରକାର କରାଇବେ। ଏତଦ୍‌ ବ୍ୟତୀତ ପୀଡିତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ସରକାର ପୀଡିତାଙ୍କ ପରିବାର ସହିତ ଅଛନ୍ତି। ଭବିଷ୍ୟତରେ ଯଦି କୌଣସି ଆବଶ୍ୟକତା ଥାଏ, ତେବେ ଏହାକୁ ସରକାର ପୂରଣ କରିବେ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

Share