Categories: ଜାତୀୟ

ଦୁଇ ମାସ ଯାଏ ମାଗଣା ମିଳିବ ରାସନ: ଅଟୋ-ଟ୍ୟାକ୍ସି ଚାଳକଙ୍କୁ ୫ ହଜାର ଟଙ୍କା ସହାୟତା

ନୂଆଦିଲ୍ଲୀ,୪।୫: କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦୁଇ ମାସ ଯାଏ ମାଗଣା ରାସନ ଏବଂ ଅଟୋ-ଟ୍ୟାକ୍ସି ଚାଳକଙ୍କୁ ୫ ହଜାର ଟଙ୍କା ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି। ଦିଲ୍ଲୀରେ ୭୨ ଲକ୍ଷ ରାସନ କାର୍ଡଧାରୀ ଏବଂ ପ୍ରାୟ ଦେଢ ଲକ୍ଷ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭର ଏହାଦ୍ୱାରା ଉପକୃତ ହେବେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀ ସରକାର ସମସ୍ତ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ୫୦୦୦ ଟଙ୍କା ଦେବେ, ଯାହା ଦ୍ୱାରା ସେମାନେ ଏହି ଆର୍ଥିକ ସଙ୍କଟରେ କିଛି ସାହାଯ୍ୟ ପାଇପାରିବେ। ଏହାସହ ଦୁଇମାସ ପାଇଁ ମାଗଣା ରାସନ ଦିଆଯିବ। ଏହାର ଅର୍ଥ ନୁହେଁ ଯେ, ଲକଡାଉନ୍‌ ଦୁଇ ମାସ ପର୍ଯ୍ୟନ୍ତ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share