Posted inଜାତୀୟ

ମୋରବି ଘଟଣାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି ଭାଜପା, ସୁକେଶଙ୍କ କାନ୍ଧରେ ବନ୍ଧୁକ ରଖି ଚଳାଉଛି ଗୁଳି: କେଜରିୱାଲ

ନୂଆଦିଲ୍ଲୀ,୧ ।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ ପ୍ରେସ କନଫରେନ୍ସ ଜରିଆରେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଭାଜପା ସବୁ ଭଲ କାମକୁ ଅଟକାଇବାକୁ ଚେଷ୍ଟା କରୁଛି । ଏବେ ଏହାର ଆଉ ଏକ ଟାର୍ଗେଟ ହେଉଛି ମୋହଲ୍ଲା କ୍ଲିନକ । କେଜରିୱାଲ କହିଛନ୍ତି ଲୋକେ ଶାସନର ଦୂରୁପଯୋଗ କରୁଛନ୍ତି ।
ଭାଜପାକୁ ଟାର୍ଗେଟ କରି କେଜରିୱାଲ କହିଛନ୍ତି, ଏହି ଲୋକମାନେ ଏକ ଷଡଯନ୍ତ୍ର କରି ଯୋଗଶାଳାକୁ ବନ୍ଦ କରି ଦେଇଛନ୍ତି । ହେଲେ ମୁଁ ଯୋଗଶାଳାକୁ ବନ୍ଦ ହେବାକୁ ଦେବି ନାହିଁ । ଯୋଗଶାଳାର ଶିକ୍ଷକଙ୍କୁ ଦରମା ଦେବାକୁ ମୁଁ ପଛେ ଭିକ ମାଗିବି କିନ୍ତୁ ଯୋଗଶାଳା ବନ୍ଦ ହେବାକୁ ଦେବି ନାହିଁ । କେଜରିୱ।।ଲ ଆହୁରି ମଧ୍ୟ କହିଛନ୍ତି, ଏବେ ରାଜଧାନିର ସମସ୍ତ ସରକାରୀ ହସ୍ପିଟାଲ ଠିକ୍ କରାଯାଇଛି । ଦିଲୀର ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଭଲ ହୋଇଯାଇଛି ହେଲେ ଭାଜପାର ଲୋକେ ଏକ ଷଡଯନ୍ତ୍ର କରି ଦିଲ୍ଲୀ ସରକାରଙ୍କ କାମକୁ ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି । ଏହାର ଜବାବ ଦିଲ୍ଲୀର ଜନତା ନିଶ୍ଚିତ ଦେବେ ।
ସୁକେଶ ଚନ୍ଦ୍ରଶେଖର ଆମ ଆଦମୀ ପାର୍ଟି(ଏଏପି) ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୧୦ କୋଟି ଟଙ୍କା ଦେଇଥିବା ମିଛ କଥା । କେଜରିୱାଲ କହିଛନ୍ତି ଭାଜପା ମୋରବି ଘଟଣାରୁ ଧ୍ୟାନ ହଟାଇବାକୁ ସୁକେଶ ଚନ୍ଦ୍ରଶେଖରଙ୍କ କାହାଣୀ କହୁଛି । ଭାଜପା ସୁକେଶ ଚନ୍ଦଶେଖରଙ୍କ କାନ୍ଧରେ ବନ୍ଧୁକ ରଖି ଚଳାଇବାକୁ ଚେଷ୍ଟା କରୁଛି । ପଞ୍ଜାବ ନିର୍ବାଚନ ପୂର୍ବରୁ ଏମାନେ କୁମାର ବିଶ୍ୱାସଙ୍କୁ ନେଇ ଆସିଥିଲେ ।
ଏହାର ପାଲଟା ଜବାବରେ ଭାଜପା ନେତା ସମ୍ବିତ ପାତ୍ର କହିଛନ୍ତି, ସୁକେଶ ଚନ୍ଦଶେଖରଙ୍କ ନାମରେ ଅଭିଯୋଗ ଆଣୁଥିବା ଦଳ ହେଉଛି ଆମ ଆଦମୀ ପାର୍ଟି । ଏହି ଦଳ ଠକିକରି ପ୍ରତିମାସରେ ୨ କୋଟିର ପ୍ରୋଟେକଶନ ମନି ଦେବାକୁ ପଡୁଛି । ଏହାସହ ସତ୍ୟେନ୍ଦ୍ର ଜୈନଙ୍କୁ ସୁକେଶ ଦେଇଥିବା ଅର୍ଥକୁ ନେଇ ସମ୍ବିତ ପାତ୍ର କହିଛନ୍ତି ସୁକେଶ ହେଉଛନ୍ତି ସତ୍ୟେନ୍ଦ୍ର ଜୈନଙ୍କ ବନ୍ଧୁ ତେଣୁ ସେ ତାଙ୍କୁ ଟଙ୍କା ଦେଇଛନ୍ତି । ଏବେ ଏଏପି ଠକ ଦଳ ହୋଇଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri