ଅରବିନ୍ଦ କେଜରିୱାଲ କରୋନା ପଜିଟିଭ

ନୂଆଦିଲ୍ଲୀ,୪ । ୧: ରାଜଧାନୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି । ଟୁଇଟ୍‌ କରି ସେ ନିଜେ ଏହି ସୂଚନା ଦେଇଛନ୍ତି । ତାଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବାରୁ ସେ ଟେଷ୍ଟ କରାଇଥିଲେ । ଏବେ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେ ଏବେ ନିଜକୁ ଘରେ ଆଇସୋଲେଟ କରି ନେଇଛନ୍ତି । ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ କରୋନା ପୁଣି ଉପରମୁହାଁ ହୋଇଥିବା ବେଳେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି ।

Share