Categories: ଖେଳ

ସ୍ମିଥଙ୍କୁ ନ ଖେଳାଇବାକୁ ନେଇ ପନ୍ତଙ୍କ ଉପରେ ରାଗିଲେ ପ୍ରଶଂସକ: କହିଲେ…

ନୂଆଦିଲ୍ଲୀ,୧୬।୪: ଆଇପିଏଲ୍‌-୨୦୨୧ର ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଥିଲା। ଚଳିତ ଟୁର୍ନାମେଣ୍ଟରେ ଏହା ରାଜସ୍ଥାନର ପ୍ରଥମ ବିଜୟ ହୋଇଥିବା ବେଳେ ଦିଲ୍ଲୀର ପ୍ରଥମ ପରାଜୟ। ଏହାକୁ ନେଇ ଦିଲ୍ଲୀର ପ୍ରଶଂସକମାନେ ଅଧିନାୟକ ରିଷଭ ପନ୍ତଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ ଭାବେ ଷ୍ଟିଭ୍‌ ସ୍ମିଥଙ୍କୁ ବାହାରେ ବସାଇବା ନେଇ ସେମାନେ ପନ୍ତଙ୍କ ସମାଲୋଚନା କରିଛନ୍ତି।

ସ୍ମିଥ ଖେଳୁ ନ ଥିବାରୁ ଦିଲ୍ଲୀ ହାରିବା ସ୍ବଭାବିକ ବୋଲି କିଛି ପ୍ରଶଂସକ ଟୁଇଟରରେ ଲେଖିଥିଲେ। ତାଙ୍କ ସ୍ଥାନରେ ଅଯୋଗ୍ୟ ଖେଳାଳି ଟମ କୁରାନଙ୍କୁ କାହିଁକି ସୁଯୋଗ ଦିଆଗଲା ବୋଲି ପ୍ରଶ୍ନ କରିଥିଲେ।

ତେବେ ପନ୍ତ ପରାଜୟକୁ ନେଇ ପ୍ରତିକ୍ରିୟା ରଖି ବୋଲରମାନେ ଭଲ ବୋଲିଂ କରିଥିବା କହିଥିଲେ। ହେଲେ ଦଳ ଆହୁରି ଭଲ ଖେଳିପାରିଥାନ୍ତା। କାକର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଦଳ ୧୫ରୁ ୨୦ରନ୍‌ କମ୍‌ ସ୍କୋର କରିଥିଲା। ଫଳରେ ହାର୍‌ ହୋଇଥିବା ସେ କହିଛନ୍ତି।

Share