Categories: ଖେଳ

୬୦ ରନ୍‌ରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ,୫।୩: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ୬୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆରସିବି ଅଧିନାୟକ ସ୍ମୃତି ମନ୍ଧାନା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ଦୁଇଟି ଉଇକେଟ ହରାଇ ୨୨୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଆରସିବି ଦଳ ୨୦ ଓଭରରେ ୮ ଉଇକେଟ୍‌ ହରାଇ ୧୬୩ ରନ୍‌ ସଂଗ୍ରହ କରିଥିଲା।
ଆରସିବି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହି ନିଷ୍ପତ୍ତି ବର୍ତ୍ତମାନ ସଠିକ ପ୍ରମାଣିତ ହୋଇ ନ ଥିଲା। ଦିଲ୍ଲୀ ୨୦ ଓଭରରେ ଦୁଇଟି ଉଇକେଟ ହରାଇ ୨୨୩ ରନ ସଂଗ୍ରହ କରିଥିଲା। ଓପନର୍‌ ଶେଫାଳି ବର୍ମା ଏବଂ ମେଗ ଲାନିଙ୍ଗ ଚମତ୍କାର ବ୍ୟାଟିଂ କରିଥିଲେ। ପ୍ରଥମ ଉଇକେଟ ପାଇଁ ଉଭୟ ୯୧ ବଲରୁ ୧୬୨ ରନ ଭାଗିଦାରୀ କରିଥିଲେ। ୪୫ ବଲରୁ ୮୪ ରନ ସ୍କୋର କରିବା ପରେ ଶେଫାଳି ଆଉଟ ହୋଇଥିଲେ। ସେ ତାଙ୍କ ଇନିଂସରେ ୧୦ ଚୌକା ଓ ଚାରି ଛକା ମାରିଥିଲେ। ଅଧିନାୟକ ମେଗ ଲାନିଙ୍ଗ ୪୩ ବଲରୁ ୭୨ ରନ ଖେଳିଥିଲେ। ଆରସିବି ପାଇଁ ହେଥର ନାଇଟ ଉଭୟ ଉଇକେଟ ନେଇଥିଲେ।
ଆରସିବି ପକ୍ଷରୁ ସ୍ମୃତି ମନ୍ଧାନା ଦଳ ପାଇଁ ସର୍ବାଧିକ ୩୫ ରନ ସଂଗ୍ରହ କରିଥିଲେ। ହେଥର ନାଇଟ ୩୪, ଆଲିସ ପ୍ୟାରୀ ୩୧ ଏବଂ ମେଗାନ ଶଟ ୩୦ ସ୍କୋର କରିଥିଲେ। ସୋଫି ଡିଭାଇନ ୧୪ ରନ କରିଥିଲେ। ଦିଲ୍ଲୀର କ୍ୟାପିଟାଲ୍ସ ପକ୍ଷରୁ ଆମେରିକାର ତାର ନୋରିସ ସର୍ବାଧିକ ପାଞ୍ଚଟି ଉଇକେଟ ନେଇଥିଲେ। ଏଲିସ କ୍ୟାପସି ଦୁଇଟି ଉଇକେଟ ନେଇଥିଲେ। ଶିଖା ପାଣ୍ଡେଙ୍କୁ ଗୋଟିଏ ସଫଳତା ମିଳିଥିଲା।

Share