Categories: ଖେଳ

ଆରସିବିକୁ ୨୨୪ ରନ୍‌ର ଟାର୍ଗେଟ୍‌ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ,୫।୩: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ମ୍ୟାଚ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଆରସିବିର ଅଧିନାୟକ ସ୍ମୃତି ମନ୍ଧାନା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨ ଉଇକେଟ ହରାଇ ୨୨୩ ରନ ସଂଗ୍ରହ କରିଛି। ଜିତିବାକୁ ଆରସିବିକୁ ୨୨୪ ରନ ସ୍କୋର କରିବାକୁ ପଡିବ।
ଆରସିବି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହି ନିଷ୍ପତ୍ତି ବର୍ତ୍ତମାନ ସଠିକ ପ୍ରମାଣିତ ହୋଇ ନ ଥିଲା। ଦିଲ୍ଲୀ ୨୦ ଓଭରରେ ଦୁଇଟି ଉଇକେଟ ହରାଇ ୨୨୩ ରନ ସଂଗ୍ରହ କରିଥିଲା। ଓପନର୍‌ ଶେଫାଳି ବର୍ମା ଏବଂ ମେଗ ଲାନିଙ୍ଗ ଚମତ୍କାର ବ୍ୟାଟିଂ କରିଥିଲେ। ପ୍ରଥମ ଉଇକେଟ ପାଇଁ ଉଭୟ ୯୧ ବଲରୁ ୧୬୨ ରନ ଭାଗିଦାରୀ କରିଥିଲେ। ୪୫ ବଲରୁ ୮୪ ରନ ସ୍କୋର କରିବା ପରେ ଶେଫାଳି ଆଉଟ ହୋଇଥିଲେ। ସେ ତାଙ୍କ ଇନିଂସରେ ୧୦ ଚୌକା ଓ ଚାରି ଛକା ମାରିଥିଲେ। ଅଧିନାୟକ ମେଗ ଲାନିଙ୍ଗ ୪୩ ବଲରୁ ୭୨ ରନ ଖେଳିଥିଲେ।

Share