Posted inଖେଳ

ଦୁଇ ଇଞ୍ଚର ତ୍ରୁଟି ହାଇଦ୍ରାବାଦ ହାତରୁ ଛଡ଼ାଇ ନେଲା ମ୍ୟାଚ୍‌

ଚେନ୍ନାଇ, ୨୫।୪: ପୁଣି ଥରେ ଚେନ୍ନାଇରେ ଦେଖିବାକୁ ମିଳିଛି ଥ୍ରିଲର ମ୍ୟାଚ୍‌। ଲୋ ସ୍କୋରିଂ ମ୍ୟାଚ୍‌ ସାଙ୍ଗକୁ ସୁପର ଓଭରର ମଜା। ଦୁଇ ଦଳ ପାଇଁ ସୁପର ଓଭରରେ ବୋଲିଂ କରିଥିଲେ ସ୍ପିନର। କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୮ ରନ୍‌ ଲକ୍ଷ୍ୟକୁ ଅନ୍ତିମ ବଲରେ ହାସଲ କରିନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ହାଇଦ୍ରାବାଦ୍‌ ପକ୍ଷରୁ ଡେଭିଡ୍‌ ଓ୍ବାର୍ନର ସୁପର ଓଭରର ଅନ୍ତିମ ବଲରେ ଦୁଇ ରନ୍‌ ନେଇଥିଲେ। କିନ୍ତୁ ସେ କ୍ରିଜକୁ ଠିକ୍‌ ଭାବେ ଛୁଇଁ ନ ଥିଲେ। ଏଥିଯୋଗୁ ଗୋଟିଏ ରନ୍‌ କାଟ କରାଯାଇଥିଲା। ଯଦି ଓ୍ବାର୍ନର ଏହି ତ୍ରୁଟି କରି ନ ଥାନ୍ତେ, ତେବେ ମ୍ୟାଚ୍‌ର ଫଳାଫଳ ଭିନ୍ନ ହୋଇଥାନ୍ତା।

ପୃଥ୍ବୀ ଶ’ଙ୍କ ଅର୍ଦ୍ଧଶତକ ଯୋଗୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟ ହରାଇ ୧୫୯ ରନ୍‌ କରିଥିଲା। ପୃଥ୍ବୀ (୫୩ ରନ୍‌, ୭ ଚୌକା ଓ ୧ ଛକା)ଙ୍କ ବ୍ୟତୀତ ଧାଓ୍ବନ ୨୮, ଅଧିନାୟକ ରିଷଭ ପନ୍ତ ୩୭ ଓ ଷ୍ଟିଭ ସ୍ମିଥ ୩୪* ରନ୍‌ କରିଥିଲେ। ଜବାବରେ ହାଇଦ୍ରାବାଦ୍‌ ଆରମ୍ଭରୁ ହରାଇଥିଲା ଡେଭିଡ୍‌ ଓ୍ବାର୍ନର (୬)ଙ୍କ ଉଇକେଟ। ଏହାପରେ କେନ ଓ୍ବିଲିୟମସନ ଗୋଟେ ପଟେ ଲଢ଼େଇ ଜାରି ରଖିଥିବାବେଳେ ଅନ୍ୟ ପଟେ ଘଟିଥିଲା ଉଇକେଟ ପତନ। ଓ୍ବିଲିୟମସନ (୬୬ ରନ୍‌, ୮ ଚୌକା) ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ଭାଗ୍ୟବଶତଃ ଜଗଦୀଶ ସୁଚିଥା(୧୪)ଙ୍କ ଯୋଗୁ ହାଇଦ୍ରାବାଦ୍‌ ସମାନ ୧୫୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri