Posted inଖେଳ

ଅଶ୍ୱିନଙ୍କ ସପକ୍ଷରେ ବାହାରିଲା ପୂରା ଦଳ

ଦୁବାଇ,୩୦।୯: ନିକଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ଆଇପିଏଲ ମ୍ୟାଚ୍‌ ଖେଳାଯାଇଥିଲା। ମ୍ୟାଚ୍‌ରେ ଦିଲ୍ଲୀ ବ୍ୟାଟିଂ କରୁଥିବା ବେଳେ ଫିଲ୍ଡରଙ୍କ ଥ୍ରୋ ନନ୍‌ ଷ୍ଟାଇକର ଏଣ୍ଡରେ ଛିଡ଼ା ହୋଇଥିବା ରିଷଭ ପନ୍ତଙ୍କ ହାତରେ ବଲ ବାଜିଥିଲା। ଏହାସତ୍ତ୍ୱେ ରବିଚନ୍ଦ୍ରନ ଅଶ୍ୱିନ ସିଙ୍ଗଲ ରନ୍‌ ଚୋରାଇ ନେଇଥିଲେ। ଏହାକୁ ନେଇ କେକେଆର୍‌ ଅଧିନାୟକ ଇଆନ ମୋର୍ଗାନ ଓ ଟିମ୍‌ ସୌଦିଙ୍କ ସହ କଥା କଟାକଟି କରିଥିଲେ ଅଶ୍ୱିନ। ସାଧାରଣତଃ ଫିଲ୍ଡରଙ୍କ ଥ୍ରୋ ବ୍ୟାଟ୍ସମ୍ୟାନ କିମ୍ବା ନନ୍‌ ଷ୍ଟ୍ରାଇକରଙ୍କ ଶରୀରରେ ବାଜିଲେ ରନ୍‌ ଦୌଡ଼ନ୍ତି ନାହିଁ। କାରଣ ଏହାକୁ କ୍ରିକେଟର ସ୍ପିରିଟ୍‌ ବିରୋଧରେ ଚିନ୍ତା କରାଯାଏ। କିନ୍ତୁ ଏ ସମ୍ପର୍କରେ ସେମିତି କୌଣସି ନିୟମ ନାହିଁ।

ଏହା ଉପରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବାର୍ନ ଟୁଇଟ୍‌ କରି ଲେଖିଥିଲେ, ଏହି ବିଷୟ ଉପରେ ଅଶ୍ୱିନ ଓ ପୂରା ବିଶ୍ୱ ବିଭାଜିତ ହେବା ଉଚିତ ନୁହେଁ। ଏହା କ୍ରୀଡ଼ା ପ୍ରତି ଅପମାନ। ଏଭଳି ଘଟଣା କଦାପି ଘଟିବା କଥା ନୁହେଁ। ପୁଣି ଥରେ ଏମିତି ବିବାଦରେ ଅଶ୍ୱିନ କ’ଣ ପାଇଁ ଫଶିଛନ୍ତି। ମୋ ମତରେ ଏହାକୁ ବିରୋଧ କରିବାର ପୂରା ଅଧିକାର ମୋର୍ଗନଙ୍କ ପାଖରେ ରହିଛି। ଏହାର ଉତ୍ତର ଦେଇଛନ୍ତି ଦିଲ୍ଲୀ ଫ୍ରାଞ୍ଚାଇଜର ଉପ ପ୍ରତିଷ୍ଠାତା ପାର୍ଥ ଜିନ୍ଦଲ। ସେ ଓ୍ବାର୍ନଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି ୨୦୧୯ ବିଶ୍ୱକପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲଙ୍କ ଥ୍ରୋ ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ବଲ ବାଉଣ୍ଟ୍ରି ବାହାରକୁ ପଳାଇଥିଲା। ଏଥିଲାଗି ଇଂଲଣ୍ଡକୁ ୪ ରନ୍‌ ଦିଆଯାଇଥିଲା, ଯାହାଫଳରେ ଦଳ ବିଶ୍ୱକପ୍‌ ହାତେଇଥିଲା। ସେତେବେଳେ କେହି ପ୍ରଶ୍ନ ଉଠାଇ ନ ଥିଲେ। କିନ୍ତୁ ଅଶ୍ୱିନ ସିଙ୍ଗଲ ଚୋରାଇ ନେବାରୁ ସମସ୍ତେ ତାଙ୍କ ପଛରେ ପଡ଼ିଯାଇଛନ୍ତି ବୋଲି

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri