Posted inଖେଳ

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍ ପୂର୍ବରୁ ଟିମ୍ ଅଷ୍ଟ୍ରେଲିଆର ଦିଗ୍ଗଜ ଖେଳାଳି ମେଗ ଲାନିଙ୍ଗଙ୍କୁ ରିଲିଜ୍ କରିଥିଲା, ଯିଏକି ଟିମର ଅଧିନାୟକ ଥିଲେ। ଏହି ପରିସ୍ଥିତିରେ ଦିଲ୍ଲୀ କ୍ୟାପିଟଲ୍ସକୁ ନୂଆ ଅଧିନାୟକ ନିଯୁକ୍ତ କରିବାକୁ ପଡ଼ିଛିଟିମ୍ ଏକ ବଡ଼ ନିଷ୍ପତ୍ତି ନେଇ ୨୫ ବର୍ଷୀୟ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ଜେମିମା ରୋଡ୍ରିଗଜ୍‌ଙ୍କୁ ଅଧିନାୟକ ନିଯୁକ୍ତ କରିଛି। ଜେମିମା ଗତ ସିଜନରେ ଉପ-ଅଧିନାୟକ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ।

ଦିଲ୍ଲୀ କ୍ୟାପିଟଲ୍ସ ଫ୍ରାଞ୍ଚାଇଜି WPL ୨୦୨୬ ସିଜନ୍ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ୍ ଜେମିମା ରୋଡ୍ରିଗଜ୍‌ଙ୍କୁ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରିଛି। ୨୫ ବର୍ଷୀୟ ଜେମିମା ଲିଗ୍‌ର ପ୍ରଥମ ସିଜନରୁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ଖେଳାଳି ରହିଆସିଛନ୍ତି ଏବଂ ଅକ୍ସନରେ ଟିମ୍‌ର ପ୍ରଥମ ପସନ୍ଦ ଥିଲେ। ସମ୍ପ୍ରତି ଆଇସିସି ମହିଳା ବିଶ୍ୱକପ୍‌ରେ ଭାରତର ଐତିହାସିକ ବିଜୟରେ ଜେମିମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ବଡ଼ ମଞ୍ଚରେ ଚାପ ସହ ଖେଳିବାର କ୍ଷମତା ପ୍ରମାଣ କରିଥିବା କାରଣରୁ ସେ ପ୍ରଥମ ଥର ପାଇଁ ଏହି ଲିଗ୍‌ରେ ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିବେ।

ଦିଲ୍ଲୀ କ୍ୟାପିଟଲ୍ସ ଜର୍ସିରେ ଜେମିମା ଏପର୍ଯ୍ୟନ୍ତ ୨୭ଟି WPL ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୧୩୯.୬୭ର ଷ୍ଟ୍ରାଇକ୍ ରେଟ୍‌ରେ ୫୦୭ ରନ୍ କରିଛନ୍ତି। ଖାସ୍ କଥା ହେଉଛି ଲିଗ୍‌ର ତିନୋଟି ସିଜନରେ ସେ ସମସ୍ତ ଫାଇନାଲ୍‌ରେ ଟିମ୍‌ର ଅଂଶ ରହିଛନ୍ତି। ବ୍ୟାଟିଂ ସହ ଫିଲ୍ଡିଙ୍ଗ୍‌ରେ ମଧ୍ୟ ସେ ଟିମ୍‌କୁ ମ୍ୟାଚ୍ ଜିତାଇବାରେ ସହାୟକ ହୋଇଛନ୍ତି।ନୂଆ ଦାୟିତ୍ୱ ଉପରେ କହିବାକୁ ଗଲେ ରୋଡ୍ରିଗଜ୍ କହିଛନ୍ତି, “ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ନିଯୁକ୍ତି ଏକ ସମ୍ମାନର ବିଷୟ। ବିଶ୍ୱକପ୍ ଜିତିବା ଓ ଏହି ଫ୍ରାଞ୍ଚାଇଜିର ଅଧିନାୟକ ହେବା, ଯାହା WPLର ପ୍ରଥମ ସିଜନରୁ ମୋ ହୃଦୟରେ ଏକ ବିଶେଷ ସ୍ଥାନ ରଖିଛି।”

ଏହି ନିଷ୍ପତ୍ତି ଦ୍ୱାରା ଦିଲ୍ଲୀ କ୍ୟାପିଟଲ୍ସ ଭାରତୀୟ ପ୍ରତିଭାକୁ ପ୍ରୋତ୍ସାହନ ଦେବାର ଏକ ବଡ଼ ସଙ୍କେତ ଦେଇଛି। ଜେମିମାଙ୍କ ନେତୃତ୍ୱରେ ୨୦୨୬ ସିଜନ୍ ପାଇଁ ଟିମ୍ ଆଶାବାଦୀ ରହିଛି।

 

View this post on Instagram

 

A post shared by Delhi Capitals (@delhicapitals)


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri