Posted inଜାତୀୟ

କ୍ଲିନିକ୍‌-ସ୍କୁଲ ନିର୍ମାଣରେ ବାଧା ଦେଲେ ଏ ଜନ୍ମରେ ଦିଲ୍ଲୀ ଜିତି ପାରିବ ନାହିଁ: ଭାଜପାକୁ କେଜରିଓ୍ବାଲଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୨୧।୩ : ମଙ୍ଗଳବାର ବିଧାନସଭାର ବଜେଟ ଅଧିବେଶନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସେମାନଙ୍କର ସମସ୍ୟା ହେଉଛି ଆମ ଆଦମୀ ପାର୍ଟି ଦିଲ୍ଲୀରେ ବାରମ୍ବାର ଜିତୁଛି ଏବଂ କାହିଁକି ଭାଜପା ବାରମ୍ବାର ହାରୁଛିି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯଦି ଆପଣ ଦିଲ୍ଲୀ ଜିତିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ଦିଲ୍ଲୀବାସୀଙ୍କ ହୃଦୟ ଜିତନ୍ତୁ? ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରନ୍ତୁ। ଦିଲ୍ଲୀକୁ ସାନ ଭାଇ ଭାବରେ ବିବେଚନା କରି ସହଯୋଗ କରନ୍ତୁ, ଏହାକୁ ସମର୍ଥନ କରନ୍ତୁ। ଯଦି ଆପଣ ମୋହାଲା କ୍ଲିନିକ ଏବଂ ସ୍କୁଲ ବନ୍ଦ କରିବାକୁ ଚେଷ୍ଟା କରନ୍ତି, ତେବେ ଏ ଜନ୍ମରେ ଦିଲ୍ଲୀ ଜିତି ପାରିବେ ନାହିଁ।

ଅନେକ ମାସ ଧରି ମୋହଲା କ୍ଲିନିକରେ ଔଷଧ, ପରୀକ୍ଷା ପାଇଁ ଟଙ୍କା ବନ୍ଦ କରିଦିଆଗଲା। କେତେ ଲୋକ ଅସୁବିଧାରେ ପଡ଼ିଲେ। ଆମେ ଫରିସ୍ତେ ଯୋଜନା ମାଧ୍ୟମରେ ୧୩୦୦୦ ରୁ ଅଧିକ ଜୀବନ ରକ୍ଷା କରିଛୁ, ଏଥିପାଇଁ ଆପଣ ଅର୍ଥ ଦେବା ବନ୍ଦ କରିଛନ୍ତି। ଏହା ଦ୍ୱାରା କିଏ ଉପନକୃତ ହୋଇଛନ୍ତି। ଆମେ ବହୁତ ଛୋଟ ଲୋକ, ତୁମେ ତୁମର କାମ କର, ଆମକୁ ଆମର କାମ କରିବାକୁ ଦିଅ।

ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଅନୁରୋଧ କରିଛନ୍ତି, ଯେ ଆମେ ଯୁଦ୍ଧ କରିବାକୁ ନୁହେଁ, କାମ କରିବାକୁ ଚାହୁଁଛୁ। ଯେଉଁ ଦେଶରେ ଝଗଡା ହୁଏ, ସବୁ ନଷ୍ଟ ହୋଇଯାଏ। ଦେଶର ହାରାହାରି ତୁଳନାରେ ଦିଲ୍ଲୀ ଦ୍ରୁତ ଗତିରେ ଅଗ୍ରଗତି କରୁଛି ବୋଲି ଅର୍ଥମନ୍ତ୍ରୀ ଆର୍ଥିକ ସର୍ଭେ ଉପସ୍ଥାପନ କରିଛନ୍ତି। ଯଦି କୌଣସି ଝଗଡା ହୋଇ ନ ଥାନ୍ତା, ତେବେ ୧୦ ଗୁଣା ଅଧିକ ଅଗ୍ରଗତି ହୋଇଥାନ୍ତା।।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri