Categories: ଜାତୀୟ

ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା!

ନୂଆଦିଲ୍ଲୀ,୩ ।୮: ଦିଲ୍ଲୀ କ୍ୟାବିନେଟରେ ବିଧାୟକଙ୍କ ବେତନ-ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଦିଲ୍ଲୀ କ୍ୟାବିନେଟର ପ୍ରସ୍ତାବ ଅନୁଯାୟୀ ଏବେ ଦିଲ୍ଲୀ ବିଧାୟକଙ୍କୁ ୩୦ ହଜାର ଟଙ୍କା ମାସିକ ବେତନ ମିଳିବ । ଏବେ ସେମାନଙ୍କର ମାସିକ ବେତନ ୧୨ ହଜାର ଟଙ୍କା ରହିଛି । ମଙ୍ଗଳବାର କ୍ୟାବିନେଟ ଦ୍ୱାରା ମଞ୍ଜୁରୀ ପାଇଥିବା ପ୍ରସ୍ତାବରେ ବିଧାୟକଙ୍କ ବେତନ ଓ ଅନ୍ୟାନ୍ୟ ଭତ୍ତା ମିଶାଇ ଏବେ ସେମାନଙ୍କୁ ୯୦ ହଜାର ଟଙ୍କା ପ୍ରତି ମାସରେ ମିଳିବ । ଏବେ ସେମାନଙ୍କର ବେତନ-ଭତ୍ତା ମିଶାଇ ୫୪ ହଜାର ଟଙ୍କା ରହିଛି । ସୂଚନାଯୋଗ୍ୟ, ୨୦୧୫ରେ ଦିଲ୍ଲୀ ସରକାର ବେତନ ବୃଦ୍ଧି ପ୍ରସ୍ତାବକୁ ଦିଲ୍ଲୀ ବିଧାନସଭାରେ ପାସ୍ କରାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ ହେଲେ କେନ୍ଦ୍ର ସରକାର ଏହାକୁ ସ୍ୱୀକାର କରି ନ ଥିଲେ ।

Share