ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ ମଧ୍ୟ ଦବି ରହିଥିବା ଆଶଙ୍କା କରାଯାଉଛି । କହିରଖୁଛୁ କି, ମଙ୍ଗଳବାର ରାତିରେ ଉତ୍ତରାଖଣ୍ଡରେ ଭୂକମ୍ପ ପରେ ଦିଲ୍ଲୀ ଏନ୍ସିଆର୍ରେ କମ୍ପନ ଅନୁଭୂତ ହେବା ପରେ ବିଲ୍ଡିଂରେ ଫାଟ ସୃଷ୍ଟି ହୋଇଥିଲା ।
ଖବର ଅନୁସାରେ, ଅପରାହ୍ନ ପ୍ରାୟ ୩:୩୦ ସମୟରେ ଏହି ଅଘଟଣ ଘଟିଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇ ଦିଲ୍ଲୀ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦିଲ୍ଲୀ ପୋଲିସ, ନଗର ନିଗମ ଅଧିକାରୀ ଏବଂ ସିଭିଲ ଡିଫେନ୍ସ କର୍ମଚାରୀମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଯୋଗଦେଇଥିଲେ। ବିଲ୍ଡିଂ ଭୁଶୁଡ଼ିବା ଫଳରେ ୨ରୁ ୩ଟି ପଡ଼ୋଶୀ ଘରର କିଛି ଅଂଶ ମଧ୍ୟ ପୋତି ହୋଇଯାଇଛି । ତେବେ ପାଢ୍ଚ ମହଲା ବିଶିଷ୍ଟ ବିଲ୍ଡିଂ ଭୁଶୁଡ଼ିବା ଯୋଗୁୁ ଅନେକ ଲୋକ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଅଳିଆ ଆବର୍ଜନା ସଫା କରିବା ପାଇଁ ଜେସିବି ଏକ୍ସକାଭେଟର ଏବଂ ଅନ୍ୟାନ୍ୟ ଭାରି ଯନ୍ତ୍ରପାତି ମୁତୟନ ହୋଇଛନ୍ତି । ତେବେ ତଦନ୍ତ ପରେ ହିଁ ଏହି ଭୁଶୁଡ଼ିବାର ପ୍ରକୃତ କାରଣ ଏକ କ୍ଷୟକ୍ଷତି ନେଇ ସମ୍ପୁର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରିବ ।