Categories: ଜାତୀୟ

ମହିଳାଙ୍କୁ ରାଜ୍ୟ ସରକାରଙ୍କ ଉପହାର, ଏବେ ପ୍ରତି ମାସରେ ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ,୪।୩: ସୋମବାର କେଜ୍‌ରିଓ୍ବାଲ ସରକାରଙ୍କ ଦଶମ ବଜେଟ ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ ଉପସ୍ଥାପନ କରୁଛନ୍ତି। ବଜେଟରେ ଶିକ୍ଷା ପାଇଁ ୧୬,୩୯୬କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, କେଜ୍‌ରିଓ୍ବାଲ ସରକାର ମହିଳା ସମ୍ମାନ ଯୋଜନା ଅଧୀନରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ୧୦୦୦ଟଙ୍କା ଦେବେ। ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୧୦୦୦ଟଙ୍କା ଦିଆଯିବ।

ଦିଲ୍ଲୀ ସରକାର ସ୍ବାସ୍ଥ୍ୟ ବଜେଟ ପାଇଁ ୮୬୮୫ କୋଟି ଟଙ୍କା ରଖିଛନ୍ତି। ଦିଲ୍ଲୀ ସରକାରୀ ଡାକ୍ତରଖାନାଗୁଡ଼ିକର ରକ୍ଷଣାବେକ୍ଷଣ ତଥା ସୁବିଧା ପାଇଁ ୬୨୧୫କୋଟି ଟଙ୍କା ପ୍ରଦାନ କରାଯିବ। ଏଥିସହିତ ମୋହଲ୍ଲଶ କ୍ଲିନିକ ପାଇଁ ୨୧୨କୋଟି ଟଙ୍କା ଖର୍ଚ୍ଚ ହେବ। ବଜେଟ ଭାଷଣ ସମୟରେ ଦିଲ୍ଲୀ ସରକାରୀ ଅର୍ଥମନ୍ତ୍ରୀ ଅତିଶୀ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଗୃହରେ ସତ୍ୟେନ୍ଦ୍ର ଜୈନ ଜିନ୍ଦବାଦ ନାରା ଦିଆଯାଇଥିଲା।

 

Share