Categories: ଜାତୀୟ

ମୋଦିଙ୍କ ଜନ୍ମଦିନରେ ପରସା ଯିବ ବିଶେଷ ଥାଳି

ନୂଆଦିଲ୍ଲୀ,୧୬ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ରାଜଧାନୀ ଦିଲ୍ଲୀର ଏକ ରେସ୍ତୋରାଁ ବିଶେଷ ଥାଳି ପରସିବାର ବ୍ୟବସ୍ଥା କରିଥିବା ଜଣାପଡିଛି । ଏହି ବିଶେଷ ଥାଳିର ନାମ ରଖାଯାଇଛି ’୫୬ ଇଞ୍ଚ ମୋଦିଜୀ’ । ସେପ୍ଟେମ୍ବର ୧୭ ହେଉଛି ମୋଦିଙ୍କ ଜନ୍ମଦିନ । ଏଏନଆଇର ସୂଚନା ଅନୁଯାୟୀ, ଉକ୍ତ ରେସ୍ତୋରାଁଟି କର୍ନଟ ପ୍ଲେସରେ ରହିଛି ।
ରେସ୍ତୋରାଁର ମାଲିକ ସୁମିତ କାଲରା କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ ସମ୍ମାନ କରେ । ସେ ଆମ ଦେଶର ଗୌରବ । ତାଙ୍କ ଜନ୍ମଦିନରେ ତାଙ୍କୁ କିଛି ବିଶେଷ ଭେଟି ଦେବାକୁ ଚାହୁଁଛି । ସେଥିପାଇଁ ଆମେ ଏହି ଥାଳି ପ୍ରସ୍ତୁତ କରିଛୁ ।
ତେବେ ଗ୍ରାହକଙ୍କ ପାଇଁ ଉଭୟ ଆମିଶ ଓ ନିରାମିଶ ଭୋଜନର ବିକଳ୍ପ ରହିବ । ଏଥିରେ ୫୬ ପ୍ରକାର ଆଇଟମ ରହିବ । ଆମେ ଚାହୁଁଥିଲୁ ପ୍ରଧାନମନ୍ତ୍ରୀ ଏଠାକୁ ଆସି ଏହାର ଆନନ୍ଦ ଉଠାଇ ପାରିବେ । ହେଲେ ସୁରକ୍ଷା କାରଣରୁ ଏହା ସମ୍ଭବ ନୁହେଁ । ତେଣୁ ତାଙ୍କର ପ୍ରଶଂସକମାନେ ଏଠାକୁ ଆସି ଏହି ଥାଳିର ମଜା ନେଇ ପାରିବେ ।

Share