Categories: ଜାତୀୟ

ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ

ନୂଆଦିଲ୍ଲୀ,୩୦।୮: ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ମଧ୍ୟ ଗୃହରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଦଳ ଭାଜପା ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିଧାନସଭା ଅଧିବେଶନକୁ ପୁଣି ଗୋଟିଏ ଦିନ ପାଇଁ ବୃଦ୍ଧି କରାଯାଇଛି। ଗୃହର କାର୍ଯ୍ୟ ଅଗଷ୍ଟ ୩୧ରେ ପୁଣି ଆରମ୍ଭ ହେବ। ସୂଚନାଯୋଗ୍ୟ, ମଙ୍ଗଳବାର ଏଏପି ଓ ଭାଜପା ସଦସ୍ୟମାନେ ମୁହାଁମୁହିଁ ହେବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏଥିଯୋଗୁ ଗୃହକୁ ଏକ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା।

Share