Categories: ଜାତୀୟ

ରାଷ୍ଟ୍ରପତି ଭବନରେ ଆତ୍ମହତ୍ୟା କଲେ ହାବିଲଦାର

ନୂଆଦିଲ୍ଲୀ,୯।୯: ରାଷ୍ଟ୍ରପତି ଭବନରେ ରହୁଥିବା ସେନାର ଜଣେ ହାବିଲଦାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଟେକ୍‌ ବାହାଦୂର। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଆରଏମଲ ହସ୍ପିଟାଲ ପଠାଇଛି। ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଟେକ୍‌ ବାହାଦୂର ଫେବୃୟାରୀ ୨୮ରୁ ଛୁଟିରେ ଥିଲେ। ଗତ ଅଗଷ୍ଟ ୧୯ରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ।

Share