Categories: ଜାତୀୟ

ଏସିଡ ବିକିବାକୁ ନେଇ ଆମାଜନ, ଫ୍ଲିପ୍‌କାର୍ଟକୁ ନୋଟିସ

ନୂଆଦିଲ୍ଲୀ,୧୫।୧୨: ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଏସିଡ ବିକ୍ରୟ ପାଇଁ ଫ୍ଲିପକାର୍ଟ ଏବଂ ଆମାଜନକୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ। ଦିଲ୍ଲୀରେ ଜଣେ ଝିଅ ଉପରେ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ସ୍ବାତୀ ଏହି ନୋଟିସ ଜାରି କରିଛନ୍ତି।
ବୁଧବାର ପଶ୍ଚିମ ଦିଲ୍ଲୀର ମୋହନ ଗାର୍ଡେନ ଅଞ୍ଚଳରେ ସ୍କୁଲକୁ ଯାଉଥିବା ସମୟରେ ଛାତ୍ରୀଙ୍କୁ ଦୁଇଜଣ ବାଇକରେ ଆସି ଏସିଡ ମାଡ କରିଥିଲେ। ଏଥିରେ ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରି ଗିରଫ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସଚିନ ଆରୋରା ଏବଂ ହର୍ଷିତଙ୍କୁ ପ୍ରଥମେ ଗିରଫ କରାଯାଇଥିଲା, ତା’ପରେ ତାଙ୍କ ସହ-ଅଭିଯୁକ୍ତ ବିରେନ୍ଦ୍ର ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ଫ୍ଲିପକାର୍ଟରୁ ଏସିଡ କିଣିଥିଲେ। ଦୁଇ ବାଇକ ଆରୋହୀ ଅଭିଯୁକ୍ତ ପୀଡିତାଙ୍କ ଘର ନିକଟରେ ରହୁଥିଲେ।

Share