Categories: ଜାତୀୟ

କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଜୁନ ୧୧ରେ ମେଗା ରାଲି କରିବ ଏଏପି

ନୂଆଦିଲ୍ଲୀ,୬।୬: ଦିଲ୍ଲୀ ସରକାରଙ୍କ କ୍ଷମତା ସଂପର୍କରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆମ ଆଦମୀ ପାର୍ଟି(ଏଏପି) ଜୁନ ୧୧ରେ ଦିଲ୍ଲୀର ରାମଲିଲା ମଇଦାନରେ ଏକ ବଡ ରାଲି କରିବାକୁ ଯାଉଛି। ଦଳର କହିବାନୁସାରେ, ଏହି ରାଲିରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଏକତ୍ରିତ ହେବା ପାଇଁ ଉଦ୍ୟମ କରାଯିବ। ଏଥିପାଇଁ ଦଳର ନେତାମାନେ ମଧ୍ୟ ଘରକୁ ଘର ବୁଲି ଲୋକଙ୍କ ସମର୍ଥନ ଲୋଡିଛନ୍ତି।

ମଙ୍ଗଳବାର ଦିଲ୍ଲୀ ସରକାରଙ୍କ ଦୁଇଜଣ ବରିଷ୍ଠ ମନ୍ତ୍ରୀ ଏହି ମେଗା ରାଲିକୁ ନେଇ ଘରକୁ ଘର ଅଭିଯାନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅଭିଯାନ ପାଇଁ ଦିଲ୍ଲୀ ସରକାରର ମନ୍ତ୍ରୀ ସୌରଭ ଭରଦ୍ୱାଜ ଗ୍ରେଟର କୈଳାଶ ବିଧାନସଭାର ଶାହପୁର ଜାଟ ଅଞ୍ଚଳରେ ପହଞ୍ଚିଥିଲେ। ଏଠାରେ ସେ ରାଲିରେ ସାମିଲ ହେବାକୁ ନେବାକୁ ଲୋକଙ୍କୁ ନିବେଦନ କରିଥିଲେ ଏବଂ ଏହି ଅଧ୍ୟାଦେଶ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ।

Share