Categories: ଜାତୀୟ

ଜାତିଗତ ଜନଗଣନା: ନୀତୀଶ କହିଲେ ଆଶା କରୁଛୁ ପ୍ରଧାନମନ୍ତ୍ରୀ ଆମ କଥା ରଖିବେ

ନୂଆଦିଲ୍ଲୀ,୨୩ ।୮: ଜାତିଗତ ଜନଗଣନାକୁ ନେଇ ସୋମବାର ବିହାରର ୧୦ ରାଜନୈତିକ ଦଳର ୧୧ ଜଣ ବଡ ବଡ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ସବୁଠୁ ଆଗରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ପ୍ରଧାନମନ୍ତ୍ରୀ ଆମ କଥା ଧ୍ୟାନ ଦେଇ ଶୁଣିଛନ୍ତି । ଆଶା କରୁଛୁ ଏହା ଉପରେ ପ୍ରଧାନମନ୍ତ୍ରୀ ଉଚିତ ନିର୍ଣ୍ଣୟ ନେବେ । ରାଜ୍ୟ ବିଧାନସଭାରେ କିପରି ଏହି ଜାତିଗତ ଜନଗଣନା ୨ଥର ପାସ୍ ହୋଇ ସାରିଛି ତାହା ଆମେ ଜଣାଇଛୁ । ଆଶା କରୁଛୁ ପ୍ରଧାନମନ୍ତ୍ରୀ ଆମ କଥାକୁ ଗୁରୁତ୍ୱ ଦେବେ । ଅନ୍ୟପଟେ ବିରୋଧି ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି ମଣ୍ଡଳ କମିଶନ ପୂର୍ବରୁ ଦେଶରେ କେତେ ଜାତିଥିଲେ ତାହା ଜଣା ନ ଥିଲା । ମଣ୍ଡଳ କମିଶନ ପରେ ଜଣାପଡିଲା କି ଦେଶରେ ହଜାର ଜାତି ରହିଛନ୍ତି । ଏଠି ଯଦି ପଶୁ ପକ୍ଷୀ, ଗଛ ଲତାର ଗଣନା ହୋଇ ପାରୁଛି ତେବେ ଜାତିଗତ ଜନଗଣନା କାହିଁକି ହେବ ନାହିଁ । ଆମର ଦାବି କେବଳ ବିହାର ପାଇଁ ନୁହେଁ ବରଂ ସାରା ଦେଶପାଇଁ ବୋଲି ତେଜସ୍ୱୀ କହିଛନ୍ତି । ବିରୋଧି ସବୁବେଳେ ଶାସକ ଦଳ ସହ ଅଛି ବୋଲି ସେ କହିଛନ୍ତି ।

Share