Posted inଖେଳ

ଏନ୍‌ଗିଡ଼ିଙ୍କ ସାମିଲରେ ବିଳମ୍ବ

ମୁମ୍ବାଇ, ୧୨।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଏହାର ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରିଯାଇଛି। ଏହି ମ୍ୟାଚରେ ଜୋଶ ହାଜଲେଉଡ୍‌ଙ୍କ ଅନୁପସ୍ଥିତି ଅନୁଭବ କରିଛନ୍ତି କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ। ହାଜଲେଉଡ୍‌ ଶେଷ ମୁହୂର୍ତ୍ତରେ ଆଇପିଏଲରୁ ଓହରି ଯାଇଥିବାବେଳେ ତାଙ୍କ ବଦଳ ଖେଳାଳି ଜାସନ ବେହରେନଡର୍ଫ ଏ ପର୍ଯ୍ୟନ୍ତ ପହଞ୍ଚତ୍ ନାହାନ୍ତି। ଦକ୍ଷିଣ ଆଫ୍ରିକାର ଲୁନ୍‌ଗି ଏନ୍‌ଗିଡି କ୍ୱାରାଣ୍ଟାଇନ୍‌ରେ ଥିବାରୁ ଦଳର ପ୍ରଥମ ମ୍ୟାଚ ଖେଳିପାରି ନ ଥିଲେ କିମ୍ବା ଆଗାମୀ ମ୍ୟାଚରେ ମଧ୍ୟ ଉପଲବ୍ଧ ହେବେନାହିଁ। ଏହା ଦଳୀୟ ରଣନୀତିକୁ ବିଗାଡ଼ି ଦେଇଛି ବୋଲି ଫ୍ଲେମିଂ କହିଛନ୍ତି। ପ୍ରକାଶଯୋଗ୍ୟ ଯେ, ହାଜଲେଉଡ୍‌ ଆଗାମୀ ଅନ୍ତର୍ଜାତୀୟ ମ୍ୟାଚଗୁଡ଼ିକ ପାଇଁ ଫିଟ୍‌ ରହିବା ଲକ୍ଷ୍ୟରେ ଆଇପିଏଲରୁ ଓହରି ଯିବାକୁ ବିଳମ୍ବରେ ନିଷ୍ପତ୍ତି ନେଇଥିଲେ। ସେହିପରି ପାକିସ୍ତାନ ବିପକ୍ଷ ଦକ୍ଷିଣ ଆଫ୍ରିକାର ଦିନିକିଆ ସିରିଜ ଅଧାରୁ ଆସିଥିବାରୁ ଏନ୍‌ଗିଡ଼ିଙ୍କ କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହୋଇ ପାରିନାହିଁ। ଏନ୍‌ଗିଡି ଓ ବେହରେନଡର୍ଫ ଉପଲବ୍ଧ ହେଲେ ଯାଇ ବିଦେଶୀ ଖେଳାଳିଙ୍କୁ ନେଇ ବୋଲିଂ ଲାଇନ୍‌ଅପ୍‌ ପ୍ରସ୍ତୁତ ହୋଇପାରିବ। ଏବେ ଅନ୍ତର୍ଜାତୀୟ ଅଭିଜ୍ଞତା ଥିବା ସାମ୍‌ କୁରାନଙ୍କ ଉପରେ ଅଧିକ ନିର୍ଭର କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ଗତ ମ୍ୟାଚରେ ଚେନ୍ନାଇ ପକ୍ଷରୁ ୧୮୯ ରନର ଟାର୍ଗେଟ ଦିଆଯାଇଥିଲେ ହେଁ ଦିଲ୍ଲୀ ୭ ଉଇକେଟରେ ସହଜ ବିଜୟ ହାସଲ କରି ନେଇଥିଲା। ପୃଥ୍ବୀ ଶ’ ଏବଂ ଶିଖର ଧାଓ୍ବନଙ୍କ ଉପରେ ଚେନ୍ନାଇ ବୋଲରମାନେ ଅଙ୍କୁଶ ଲଗାଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri