Posted inଜାତୀୟ

‘ନ୍ୟାୟ ପ୍ରଦାନରେ ବିଳମ୍ବ ଜଣାଶୁଣା ବ୍ୟାଧି’

ନୂଆଦିଲ୍ଲୀ,୪ା୨: ହାଇକୋର୍ଟଗୁଡ଼ିକ ରାୟକୁ ପ୍ରକାଶ ନ କରି ମାସ ମାସ ଧରି ସଂରକ୍ଷିତ ରଖିବା ଅଭ୍ୟାସ ଏକ ଜଣାଶୁଣା ବେମାରି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିବା ସହ ତାହାର ମୂଳୋତ୍ପାଟନ ହେବା ଜରୁରୀ ବୋଲି ମତ ଦେଇଛନ୍ତି। ଠିକ୍‌ ସମୟରେ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ସର୍ବୋଚ୍ଚ ଅଦାଲତ ଜୋର୍‌ ଦେଇଛନ୍ତି।
ଡିସେମ୍ବର ୪ରେ ଝାଡ଼ଖଣ୍ଡ ହାଇକୋର୍ଟ ଏକ ପିଟିଶନ୍‌କୁ ଖାରଜ କରି ମୌଖିକ ଭାବେ ରାୟ ଶୁଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ ରାୟକୁ ଅପ୍‌ଲୋଡ୍‌ କରାଯାଇ ନାହିଁ। ଏହା ଉପରେ ଏକ ଆବେଦନର ଶୁଣାଣି ବେଳେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଏବଂ ବିପୁଲ ଏମ୍‌ ପାଞ୍ଚୋଲିଙ୍କ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ପରବର୍ତ୍ତୀ ସପ୍ତାହ ଶେଷ ସୁଦ୍ଧା ଓକିଲଙ୍କୁ ସମ୍ପୂର୍ଣ୍ଣ ରାୟ ପ୍ରଦାନ କରିବାକୁ ଖଣ୍ଡପୀଠ କହିଛନ୍ତି। ପିଟିଶନ ଦାଏର କରିଥିବା ପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ, ଏକପ୍ରକାର ମିଛ ସମର୍ଥନ ଚାଲିଥିବା ଭଳି ଲାଗୁଛି। ଆଇନ ଅଦାଲତ ସହ ମଧ୍ୟ ଏପରି ହେଉଛି ବୋଲି ସେ କହିଥିଲେ।
କହିଥିଲେ, ୨ ପ୍ରକାର ବିଚାରପତି ଅଛନ୍ତି। ଗୋଟିଏ ପ୍ରକାର ବିଚାରପତି କଠିନ ପରିଶ୍ରମୀ ଏବଂ ସେ ସମସ୍ତଙ୍କ ବୟାନ ଶୁଣିବେ ଏବଂ ୧୦ରୁ ୧୫ଟି ମାମଲାରେ ରାୟ ସଂରକ୍ଷିତ ରଖିବେ। ଆଉ କେତେଜଣ ବିଚାରପତି ଏସବୁ ପରେ ରାୟ ପ୍ରଦାନ କରନ୍ତି ନାହିଁ। ଏହା ନ୍ୟାୟପାଳିକା ସମ୍ମୁଖରେ ଏକ ଆହ୍ବାନ ଏବଂ ଏକ ଜଣାଶୁଣା ବ୍ୟାଧି। ଏହାକୁ ବ୍ୟାପିବାକୁ ନ ଦେଇ ଚିକିତ୍ସା କରାଇବାକୁ ଏବଂ ମୂଳୋତ୍ପାଟନ କରିବାକୁ ହେବ ବୋଲି ସିଜେଆଇ କହିଛନ୍ତି। ଅନ୍ୟ ଏକ ପ୍ରଚଳିତ ଧାରା ହେଲା କେତେକ ମାମଲାରେ ଯୁକ୍ତି ଶୁଣାଣି ପରେ ଅଧିକ ନିର୍ଦ୍ଦେଶ ପାଇଁ ଏହାକୁ ପକାଇ ରଖାଯାଉଛି। ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସହ ଆଗାମୀ ବୈଠକରେ ସିଜେଆଇ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri