ରୋଗୀଙ୍କୁ ପାଇପ୍‌ରେ ଅକ୍ସିଜେନ୍‌ ଯୋଗାଣ ବିଳମ୍ବିତ

ଭୁବନେଶ୍ୱର,୧୩।୭(ଅଭିଜିତ ଦାସ)ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ଲାଗି ପ୍ରୟାସ ଜାରି ରହିଛି। ଇତିମଧ୍ୟରେ ମେଡିକାଲ କଲେଜ ଖୋଲାଯିବା ସହ ବିଭିନ୍ନ ବିଭାଗରେ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ହେଲେ ଏବେ ବି ହସ୍ପିଟାଲରେ ରୋଗୀମାନେ ଅକ୍ସିଜେନ ଲାଗି ସିଲିଣ୍ଡର ଉପରେ ନିର୍ଭର କରୁଛନ୍ତି। ଫଳରେ ଜରୁରିକାଳୀନ ପରିସ୍ଥିତିରେ ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଉଛି। ତେଣୁ ସମସ୍ତ ବେଡ୍‌ ପାଖକୁ ପାଇପ୍‌ରେ ୨୪ ଘଣ୍ଟା ଅକ୍ସିଜେନ ଯୋଗାଣ ଲାଗି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବା ସହ ଏନେଇ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଏଥିରେ ବହୁ ବିଳମ୍ବ ହେଉଛି। ଇତିମଧ୍ୟରେ ପାଇପ୍‌ ବିଛା କାମକୁ ବର୍ଷେ ବିତିବାକୁ ବସିଥିଲେ ମଧ୍ୟ ଏଯାଏ ୪୦ ପ୍ରତିଶତ ସରି ନ ଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଗତବର୍ଷ କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକରେ ରୋଗୀଙ୍କୁ ଅକ୍ସିଜେନ ଯୋଗାଣ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସମସ୍ତ ୱାର୍ଡର ବେଡ୍‌କୁ ପାଇପ୍‌ ଦ୍ୱାରା ଅକ୍ସିଜେନ ଯୋଗାଣ ଲାଗି ନିଷ୍ପତ୍ତି ହୋଇଥିଲା। ଏହି ପ୍ରକଳ୍ପ ଲାଗି ପ୍ରାୟ ୨କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ପୂର୍ତ୍ତ ବିଭାଗ ଗତ ଅଗଷ୍ଟରେ ଏହି କାମ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଅପରେଶନ ଥିଏଟର, ଆଇସିୟୁ, କାଜୁଆଲ୍‌ଟି, ପେଡିଆଟ୍ରିକ୍‌ କେୟାର ୟୁନିଟ୍‌ ସହ ଏସଏନ୍‌ସିୟୁରେ ଅକ୍ସିଜେନ ପାଇପିଂ କାର୍ଯ୍ୟ ଶେଷ ହୋଇଥିବାବେଳେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟ ଅଧା ରହିଛି। ସେହିପିର ମେଡିସିନ୍‌ ୱାର୍ଡ ସମେତ ଅନ୍ୟ ୫ରୁ ୬ଟି ବିଭାଗରେ କାମ ଆରମ୍ଭ କରାଯାଇନାହିଁ।
ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ପାଖାପାଖି ୬୦ ପ୍ରତିଶତରୁ ଅଧିକ କାର୍ଯ୍ୟ ସରିଛି। ପାଇପ୍‌ ଦ୍ୱାରା ଅକ୍ସିଜେନ୍‌ ସପ୍ଲାଇ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ଚାଲିଛି। ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ଲାଗି ଏକ ଟିମ୍‌ ମଧ୍ୟ ଗଠନ କରାଯାଇଛି। ନିର୍ଦ୍ଧାରିତ ସମୟରେ ହସ୍ପିଟାଲର ୮୦୦ ବେଡ୍‌କୁ ଅକ୍ସିଡେନ୍‌ ସପ୍ଲାଇ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଅଧିକାଂଶ ସଂଖ୍ୟକ ରୋଗୀ ମେଡିସିନ୍‌ ୱାର୍ଡରେ ଭର୍ତ୍ତି ହେଉଥିବାରୁ କାର୍ଯ୍ୟରେ ଟିକେ ବିଳମ୍ବ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ ବୋଲି କୁହାଯାଉଛି। କାରଣ ଝିଅ ପୁଅ ବୋହୁ ମାନଙ୍କ ଅତିଷ ଯନ୍ତ୍ରଣା ଖୁବ…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?