ଦୁର୍ବଳ ନଦୀବନ୍ଧ ମରାମତି ସାରିବାକୁ ତାଗିଦ

ଖୋର୍ଦ୍ଧା ଅଫିସ,୨୫ା୫: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ବୁଧବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଲୋଚନା ହୋଇଥିଲା। ଦୁର୍ବଳ ନଦୀବନ୍ଧ ମରାମତି, ଡ୍ରେନେଜ ପୁନରୁଦ୍ଧାର, ଜଳ ନିଷ୍କାସନ, ସ୍ବାସ୍ଥ୍ୟ, ପାନୀୟଜଳ, ରିଲିଫ, ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକ ଆରମ୍ଭରୁ ଦୁର୍ବଳ ନଦୀବନ୍ଧ କଥା ଉଠାଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବିଭାଗୀୟ ଅବହେଳାକୁ ନେଇ ସେ ବର୍ଷିଥିଲେ। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ରାଜୁଆ ନଦୀବନ୍ଧ ସୁଦୃଢୀକରଣ, ଜିଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଗାଲୁଆ ଛକଠାରେ ଡ୍ରେନ ନିର୍ମାଣ, ବାଣପୁର ବାଲୁଗାଁ ମୁଖ୍ୟ ରାସ୍ତା ମେଘାମ୍ବୀ ଠାରେ ନାଳର ପୁନରୁଦ୍ଧାର, ବିଧାୟକ ରାଜେନ୍ଦ୍ର ସାହୁ ଅଟ୍ରି ଉଷ୍ଣପ୍ରସ୍ରବଣ ଭିତରକୁ ଯେପରି ବନ୍ୟାଜଳ ନ ମାଡିବ, ସେଥିଲାଗି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ।
ବନ୍ୟା, ବାତ୍ୟାର ପ୍ରତିକାର ପାଇଁ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ବାତ୍ୟା ମୁକାବିଲା ନିମନ୍ତେ ଜିଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ମେ ୧ରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଖୋଲାଯାଇଛି। ଜିଲା ନିୟନ୍ତ୍ରଣ କକ୍ଷ ଫୋନ ନମ୍ବର ୦୬୭୫୫-୨୨୦୦୦୨ ଏବଂ ଜିଲା ଜରୁରିକାଳୀନ ଉପବିଭାଗରେ ଅବସ୍ଥାପିତ ଟୋଲ୍‌ ଫ୍ରି ନମ୍ବର ୧୦୭୭କୁ ଜରୁରିକାଳୀନ ବାର୍ତ୍ତା ପ୍ରଦାନ କରାଯାଇପାରିବ। ଭୁବନେଶ୍ୱର ଉପଜିଲାପାଳଙ୍କ ନିୟନ୍ତ୍ରଣ କକ୍ଷ ନଂ-୦୬୭୪-୨୪୩୨୩୦୧, ଖୋର୍ଦ୍ଧା ୦୬୭୫୫-୨୨୦୨୨୦, କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା ନଂ ୦୬୭୫୫-୨୨୦୭୨୯, ପ୍ରାଚୀ ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନଂ ୦୬୭୪-୨୫୬୨୪୨୭, ନିମାପଡ଼ା ଜଳସେଚନ ବିଭାଗ ନଂ-୦୬୭୫୮-୨୫୦୨୪୦କୁ ଯୋଗାଯୋଗ କରାଯାଇପାରିବ। ଏଥିସହିତ ସମସ୍ତ ତହସିଲଦାର, ବିଡିଓଙ୍କ ସ୍ତରରେ ଖୋଲାଯାଇଥିବା ଅଂଶୁଘାତ ନିୟନ୍ତ୍ରଣ କକ୍ଷକୁ ଆଗାମୀ ବର୍ଷାଋତୁରେ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୈନିକ ବୃଷ୍ଟିପାତ ରେକର୍ଡ କରାଯିବ। ଦୁର୍ବଳ ନଦୀ ଓ କେନାଲ ବନ୍ଧଗୁଡିକ ତୁରନ୍ତ ମରାମତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜଳସେଚନ ଏବଂ ଡ୍ରେନେଜ ଅବରୋଧମୁକ୍ତ ହେବ। ଖୋର୍ଦ୍ଧା ଜିଲାରେ ୪୮୦ ଅସ୍ଥାୟୀ ଆଶ୍ରୟସ୍ଥଳୀ ଏବଂ ୫୦ଟି ବହମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିିକୁ ଆବଶ୍ୟକ ମରାମତି କରାଯିବ। ପ୍ରତ୍ୟେକ ବାତ୍ୟାଶ୍ରୟସ୍ଥଳୀରେ ଜଣେ ନୋଡାଲ ଅଫିସର ଦାୟିତ୍ୱରେ ରହିବେ। ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଓ ଛତୁଆ ରଖାଯିବ। ସମ୍ଭାବ୍ୟ ବନ୍ୟା ବାତ୍ୟା ପରିସ୍ଥିତିରେ ଡଙ୍ଗା ମୁତୟନ ଲାଗି ଟାଙ୍ଗୀ ଓ ଚିଲିକା ବିଡିଓ ଡଙ୍ଗା ମାଲିକମାନଙ୍କ ସହ ଯୋଗସୂତ୍ର ରକ୍ଷା କରି ବ୍ୟବସ୍ଥା କରିବେ। ଯାନବାହନ ଚଳାଚଳ ଦୃଷ୍ଟିରୁ ଭୁବନେଶ୍ୱର ଉପଜିଲାପାଳ ଆର୍‌ଟିଓଙ୍କ ସହ ଯୋଗସୂତ୍ର ରଖି ଆବଶ୍ୟକ ଟ୍ରକ ବାଲୁଗାଁ ଓ ମଙ୍ଗଳାଯୋଡିକୁ ପଠାଇବେ। ଏସଂକ୍ରାନ୍ତରେ ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲାପାଳ ସବିଶେଷ ରିପୋର୍ଟ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବେ। ସ୍ବତନ୍ତ୍ର ରିଲିଫ କମିଶନଙ୍କ ୮ଟି ବୋଟ ମଧ୍ୟରୁ ୩ଟି ବାଲିପାଟଣା, ୨ଟି ଲେଖାଏଁ ବାଲିଅନ୍ତା ଓ ଖୋର୍ଦ୍ଧା ଏବଂ ଗୋଟିଏ ଜଟଣୀ ବ୍ଳକ କାଯ୍ୟାଳୟରେ ରହିବ। ଏହି ପାୱାର ବୋଟ ଚଳାଇବା ପାଇଁ ଡ୍ରାଇଭରମାନଙ୍କୁ ଜୁନରୁ ନିଯୁକ୍ତି ଦିଆଯିବ। ବର୍ଷାଋତୁ ପୂର୍ବରୁ ନାଳ, କେନାଲ, ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ ୧ ଓ ୨, ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ଭୁବନେଶ୍ୱର ଉପଜିଲାପାଳ ଜଳ ନିଷ୍କାସନ ଓ ନାଳ ପରିଷ୍କାର ସଂକ୍ରାନ୍ତୀୟ ତଦନ୍ତ କରି ଜୁନ ମାସ ପ୍ରଥମ ସପ୍ତାହ ସୁଦ୍ଧା ଜିଲାପାଳଙ୍କୁ ଦେବେ। ବନ୍ୟା, ବାତ୍ୟା ସମୟରେ ଲୋକଙ୍କୁ ଜରୁରିକାଳୀନ ସାହାଯ୍ୟ ଯୋଗାଇବା ପାଇଁ ବନ୍ୟା ପୂର୍ବରୁ ଚୁଡ଼ା, ଚାଉଳ, ଗୁଡ ଓ କିରୋସିନ ପ୍ରଭୃତି ମହଜୁଦ ରଖିବା ଲାଗି ଜିଲା ଯୋଗାଣ ଅଧିକାରୀଙ୍କୁ ଜିଲାପାଳ ତାଗିଦ୍‌ କରିଥିଲେ। ବିଡିଓ, ପୌର ନିର୍ବାହୀ ଅଧିକାରୀମାନେ ନିଜ ଅଞ୍ଚଳର ଆବଶ୍ୟକତା ଅନୁସାରେ ରିପୋର୍ଟ ପ୍ରଦାନ କରିବେ।
ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଅନ୍ତର୍ଭୁକ୍ତ ଡିଲରଙ୍କ ନିକଟରେ ଗଚ୍ଛିତ ଖାଦ୍ୟ ତାଲିକା ପ୍ରଦାନ କରିବେ। ଜିଲା ଯୋଗାଣ ଅଧିକାରୀ ସମସ୍ତ ଚୁଡ଼ା ମାଲିକଙ୍କ ସହ ଯୋଗସୂତ୍ର ରଖି ବିପର୍ଯ୍ୟୟ ସମୟରେ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ବ୍ୟବସ୍ଥା କରିବେ। ଏଥିଲାଗି ବିଭିନ୍ନ ଦଳ ଗଠନ କରି ସାମଗ୍ରୀ ଗୁଣବତ୍ତା ଯାଞ୍ଚ ସହ କଳାବଜାରୀ ରୋକିବା ଦିଗରେ ଯତ୍ନବାନ ହେବେ। ବନ୍ୟା, ବାତ୍ୟା ସମୟରେ ବ୍ୟାପକ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ବନ୍ୟାଞ୍ଚଳରେ କୃଷିକାର୍ଯ୍ୟ ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ସହ ସବିଶେଷ ରିପୋର୍ଟ ପ୍ରଦାନ କରିବେ। ବନ୍ୟା, ବାତ୍ୟା ସମୟରେ ଜନସାଧାରଣ ଏବଂ ପଶୁସମ୍ପଦଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନଦେବା ଆବଶ୍ୟକ। ଆଶ୍ରୟସ୍ଥଳୀରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ମେଡିସିନ ମହଜୁଦ ଓ ମେଡିକାଲ ଟିମ୍‌ ପ୍ରସ୍ତୁତ ରଖିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବ୍ୟବସ୍ଥା କରିବେ। ପଶୁ ଖାଦ୍ୟ, ସ୍ବାସ୍ଥ୍ୟଯତ୍ନ ଲାଗି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଗୁରୁତ୍ୱ ଦେବେ। ପ୍ରତ୍ୟେକ ବ୍ଲକ, ଏନ୍‌ଏସି, ପୌର ପରିଷଦକୁ ଗୋଟିଏ ଲେଖାଏ ସର୍କଲରେ ବିଭକ୍ତ କରାଯାଇଛି। ସମ୍ପୃକ୍ତ ଅଧିକାରୀ ଏହି ସର୍କଲ ଦାୟିତ୍ୱରେ ରହିବେ। ନରାଜଠାରେ ୬ଲକ୍ଷ ଘନଫୁଟ କ୍ୟୁସେକ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେବା ମାତ୍ରେ ଜଳସେଚନ ବିଭାଗ ସମ୍ପୃୃକ୍ତ ଅଧିକାରୀମାନେ ସମ୍ପୃକ୍ତ କାର୍ଯ୍ୟାଳୟକୁ ପ୍ରତି ଘଣ୍ଟାରେ ବିବରଣୀ ଦେବେ। ରିଲିଫ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟରେ ସହାୟତ ପାଇଁ ସମ୍ପୃକ୍ତ ଅଧିକାରୀ ନିଜ ସର୍କଲରେ ସହକାରୀ ଓ ଅଣଅନୁଷ୍ଠାନ ସଂସ୍ଥା ସହ ଯୋଗାଯୋଗ ରଖି ରିଲିଫ୍‌ ଦଳ ଗଠନ କରିବେ। ବନ୍ୟା,ବାତ୍ୟା ସମୟରେ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ପହଞ୍ଚାଇବା ବ୍ୟବସ୍ଥା କରିବା ଲାଗି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ଉପଜିଲାପାଳ ଭୁବନେଶ୍ୱର ଦେବବ୍ରତ ସାହୁ, ଦୀପ୍ତିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri