ଲକ୍ଷ୍ମୀଡୁଙ୍ଗୁରୀରେ ଟନେଲ ନିର୍ମାଣରେ ବିଳମ୍ବ

ସମ୍ବଲପୁର,୮ା୧୦(ଶୁଭାଶିଷ ପାଢ଼ୀ)୫୫ନଂ. ଜାତୀୟ ରାଜପଥର ସମ୍ବଲପୁର ସହର ମଧ୍ୟସ୍ଥ ଲକ୍ଷ୍ମୀଡୁଙ୍ଗୁରୀ, ରେମେଡ ଓ ପିସି ବ୍ରିଜ୍‌ ନିକଟରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହିସବୁ ସ୍ଥାନକୁ ପରିବହନ ବିଭାଗ ପକ୍ଷରୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି। ଜିଲାସ୍ତରୀୟ ସଡକ ସୁରକ୍ଷା ବୈଠକରେ ମଧ୍ୟ ପରିବହନ ବିଭାଗ ଓ ଏନ୍‌ଏଚ୍‌ଏଆଇ ବିଭାଗ ମଧ୍ୟରେ ଆଲୋଚନା ହୋଇ ସ୍ଥାୟୀ ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ମତପ୍ରକାଶ ପାଉଛି। ଅନ୍ୟପଟେ ବର୍ଷା ଓ ଅନ୍ୟ ସମୟରେ ଲକ୍ଷ୍ମୀଡୁଙ୍ଗୁରିଠାରେ ପଥର ଖସି ରାସ୍ତା ଅବରୋଧ ହେଉଛି। ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀଡୁଙ୍ଗୁରୀରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏକ ଟନେଲ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ଏଥିପାଇଁ ୩୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କାମ ଆରମ୍ଭ ହେବାରେ ବିଳମ୍ବ ହେଉଛି। ଫଳରେ ଜନଅସନ୍ତୋଷ ଦେଖାଦେଇଛି।
ଅନ୍ୟପଟେ ଟନେଲ ନିର୍ମାଣ ପାଇଁ ଡ୍ରୋନ୍‌ ସର୍ଭେ କାମ ଶେଷ ହୋଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯାଉଛି। ଭିନ୍ନ ଭିନ୍ନ ସ୍ଥାନରୁ ଡ୍ରୋନ୍‌ ଓ ଅନ୍ୟ ସରଞ୍ଜାମ ଦ୍ୱାରା ତଥ୍ୟ ସଂଗ୍ରହ କରାଯାଇ ରିପୋର୍ଟ ମଧ୍ୟ ପ୍ରସ୍ତୁତି ହୋଇଛି। ଅକ୍ଟୋବର ଶେଷ ସୁଦ୍ଧା ଟେଣ୍ଡର କାମ ଶେଷ ହୋଇଯିବ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ ସୂଚନା ଦିଆଯାଇଛି। ପଥର ଖସୁଥିବା ପ୍ରାୟ ୨୨୦ ମିଟର ରାସ୍ତାରେ ଏହି ଟନେଲ୍‌ ନିର୍ମାଣ କରାଯିବ। ରେମେଡ୍‌ ନିକଟରୁ ବୁର୍ଲା ମହାନଦୀ ବ୍ରିଜ୍‌ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ସ୍ଥିର ହୋଇଛି। ୨୦୧୭ରେ ୨୪ କୋଟି ବ୍ୟୟରେ ଏହାକୁ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ୬ବର୍ଷ ବିତିଯାଇଥିଲେ ମଧ୍ୟ ଟନେଲ୍‌ ତିଆରି ହୋଇପାରିଲା ନାହିଁ। ଏବେ ଏହା ୩୮ କୋଟି ଟଙ୍କାରେ ପହଞ୍ଚତ୍ଛି। ଜାତୀୟ ରାଜପଥ ପ୍ରାଧିକରଣର ଏକ ସ୍ବତନ୍ତ୍ର ଟିମ୍‌ ଦାୟିତ୍ୱରେ ରହିଛନ୍ତି। କିଭଳି ତୁରନ୍ତ ନିର୍ମାଣ କରାଯିବ ସେ ନେଇ ଚେଷ୍ଟା କରାଯାଉଛି। ଆର୍‌ଟିଓ ରାମଦାସ ଟୁଡୁ କହିଛନ୍ତି, ସହର ଭିତରେ ଜାତୀୟ ରାଜପଥର ଦୁଇଟି ସ୍ଥାନକୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି। ରେମେଡଠାରୁ ଲକ୍ଷ୍ମୀଡୁଙ୍ଗୁରି ଟନେଲ ନିର୍ମାଣ କରିବାକୁ ଏନ୍‌ଏଚ୍‌ଏଆଇ ପ୍ରକ୍ରିୟା ଆରମ୍ଭ କରିଛି। ଏହାଛଡା ପିସି ବ୍ରିଜ ନିକଟରେ ବୁର୍ଲା ମେଡିକାଲ ପଟରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଟେକ୍‌ନିକାଲ ସମସ୍ୟା ରହିଛି। ଏହାର ସୁଧାର ପାଇଁ ଏନ୍‌ଏଚ୍‌ଏଆଇକୁ କୁହାଯାଇଛି। ଦୁର୍ଘଟଣା କମିବା ନେଇ ଚେଷ୍ଟା କରାଯାଉଛି। ଅନ୍ୟ ସ୍ଥାନରେ ଦୁର୍ଘଟଣା ହାର କମିଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri