Posted inଜାତୀୟ

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ରିପୋର୍ଟ ଦାଖଲରେ ବିଳମ୍ବ: ସୁପ୍ରିମ୍‌କୋର୍ଟ ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୧୭।୧ : ଦେଶର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ସରକାରଙ୍କ ପକ୍ଷରୁ ରିପୋର୍ଟ ଦାଖଲରେ ବିଳମ୍ବ ହେବାରୁ ସୁପ୍ରିମ୍‌କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଯଦି ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଧାର୍ଯ୍ୟ ସମୟ ମଧ୍ୟରେ ଜବାଦ ଦାଖଲ ନ କରନ୍ତି ତେବେ ଗ୍ରହଣ କରାଯିବ ଯେ ସେମାନଙ୍କ ପାଖରେ କହିବାକୁ କିଛି ନାହିଁ।

ଜମ୍ମୁ-କଶ୍ମୀର ଏବଂ ଲାକ୍ଷାଦ୍ୱୀପ ପକ୍ଷରୁ କୌଣସି ଜବାବ ଦାଖଲ କରା ନ ଯିବା ନେଇ କୋର୍ଟ ପ୍ରଶ୍ନ କରିଛନ୍ତି ସେମାନେ କେନ୍ଦ୍ର ଦ୍ୱାରା ଶାସିତ ତଥାପି କାହିଁକି ରିପୋର୍ଟ ଦାଖଲ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଉଛି। ଏହାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୧ରେ କରାଯିବ ବୋଲି ବିଚାରପତି ସଞ୍ଜୟ କିଶନ କୌଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସୂଚିତ କରିଛନ୍ତି।

ସୋଲିସିଟର ଜେନେରୋଲ ଭେଙ୍କଟରମଣି କହିଛନ୍ତି ଯେ ୬ ରାଜ୍ୟ ଆବଶ୍ୟକ ତଥ୍ୟ ପ୍ରଦାନ କରି ନାହାନ୍ତି। କାହିଁକି ଏଭଳି କରାଯାଇଛି ସେ ନେଇ ଆମେ ଚିନ୍ତିତ। ୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳ ଏଥିରେ ବିଫଳ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ଭାରତ ଉପରୁ ଟାରିଫ୍‌ ହଟାଯାଉ

ଓ୍ବାଶିଂଟନ,୧୪ା୧୨: ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଯିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାତୀୟ ଏମର୍ଜେନ୍ସି ଘୋଷଣା ବୋଲି ଆମେରିକା ହଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri