ପଦୋନ୍ନତିରେ ବିଳମ୍ବ

ହରିୟାଣାରେ ଆଇପିଏସ୍‌ ଅଧିକାରୀଙ୍କ ପଦୋନ୍ନତିରେ ଦେଖାଦେଇଥିବା ଅସମାନତା ସେମାନଙ୍କ କ୍ୟାରିୟର ଉପରେ ଖରାପ ପ୍ରଭାବ ପକାଇଛି। ଏହା ମଧ୍ୟ ବିଭିନ୍ନ ର଼୍ୟାଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି। ନିକଟରେ ପୋଲିସ ମହାନିରୀକ୍ଷକ (ଆଇଜିପି) ର଼୍ୟାଙ୍କ୍‌ର ୧୯୯୭ ବ୍ୟାଚ୍‌ର ୨ ଜଣ ଅଧିକାରୀ ଅମିତାଭ ଧିଲନ ଏବଂ ସଞ୍ଜୟ କୁମାରଙ୍କ ପିଟିଶନ ରାଜ୍ୟ ପୋଲିସ ସେବା ମଧ୍ୟରେ ବଢୁଥିବା ନୈରାଶ୍ୟକୁ ଦର୍ଶାଇଛି। ସୂତ୍ରରୁ ଜଣାପଡ଼ିଛି, ଧିଲନ ଏବଂ କୁମାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପି.କେ. ଅଗ୍ରୱାଲଙ୍କୁ ଦର୍ଶାଇଛନ୍ତି ଯେ,ଅନ୍ୟ ରାଜ୍ୟରେ ଥିବା ପ୍ରତିପକ୍ଷଙ୍କ ତୁଳନାରେ ହରିୟାଣା କ୍ୟାଡର ମଧ୍ୟରେ ପଦୋନ୍ନତି ପ୍ରକ୍ରିୟା ମନ୍ଥର ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ପଦବୀକୁ ପଦୋନ୍ନତି ପାଇଁ ସୁପାରିସ ସତ୍ତ୍ୱେ ବିଭାଗୀୟ ପଦୋନ୍ନତି କମିଟିର ବୈଠକ ଏ ଯାବତ ହୋଇପାରିନାହିଁ। ଏହି ୨ଜଣ ଅଧିକାରୀ ଗତ ବର୍ଷରୁ ଏଡିଜିପି ପଦୋନ୍ନତି ପାଇଁ ଯୋଗ୍ୟ ହୋଇଥିଲେ। ତେବେ ସେମାନଠାରୁ କନିଷ୍ଠ ୧୯୯୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅନ୍ୟ ରାଜ୍ୟରେ ପଦୋନ୍ନତି ପାଇଥିବାରୁ ଏଭଳି ଅସଙ୍ଗତି ବଢ଼ିଛି। ଚୟନ ଗ୍ରେଡ୍‌ ଏବଂ ତଦୂର୍ଦ୍ଧ୍ୱରେ ପଦୋନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ସ୍ବୀକୃତି ଆବଶ୍ୟକ କରୁଥିବା ନିୟମ ଥିବା ସତ୍ତ୍ୱେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନାହିଁ, ଯାହାଫଳରେ ପଦୋନ୍ନତିରେ ଅବାଞ୍ଛିତ ବିଳମ୍ବ ଘଟୁଛି। ପ୍ରଶାସନିକ ବିଳମ୍ବ ଦ୍ୱାରା ସେମାନଙ୍କ କ୍ୟାରିୟରରେ ପ୍ରତିକୂଳ ପ୍ରଭାବ ପଡ଼ିବା ଉଚିତ ନୁହେଁ ବୋଲି ଧିଲନ ଏବଂ କୁମାର ଯୁକ୍ତି ବାଢିଛନ୍ତି। ଏଠାରେ ମନେ ରଖିବା ଉଚିତ ଯେ, ନିୟମ ଏବଂ ନିୟମାବଳୀ ଅମଲାତନ୍ତ୍ରକୁ ମାର୍ଗଦର୍ଶନ କରୁଥିବାବେଳେ ସେଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ବ୍ୟାଖ୍ୟା ଅଧିକାରୀଙ୍କ କ୍ୟାରିୟର ଗଢ଼ିବା ପାଇଁ ବି ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ।

ବଦଳି ଦ୍ୱନ୍ଦ୍ୱ

ଏକ ମହତ୍ତ୍ୱପୂର୍ଣ୍ଣ ଘଟଣାକ୍ରମରେ ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୋଏଡା ଅଥରିଟିର ସିଇଓ ରିତୁ ମାହେଶ୍ୱରୀଙ୍କୁ ଆଗ୍ରା କମିଶନର ଭାବେ ବଦଳି କରିଥିଲେ। ନୋଏଡାରେ ୪ ବର୍ଷ କାର୍ଯ୍ୟକାଳ ମଧ୍ୟରେ ମହେଶ୍ୱରୀ ତାଙ୍କର ପରିବର୍ତ୍ତନକାରୀ ପଦକ୍ଷେପ ପାଇଁ ବେଶ୍‌ ଜଣାଶୁଣା। ତାଙ୍କର ପ୍ରଭାବକୁ ଅସ୍ବୀକାର କରାଯାଇପାରିବ ନାହିଁ। ସେ ୟୁପି ଗ୍ଲୋବାଲ ଇନ୍‌ଭେଷ୍ଟର୍ସ ସମ୍ମିଳନୀ ୨୦୨୩ ପୂର୍ବରୁ ନୋଏଡା ପାଇଁ ୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ନିଶ୍ଚିତ କରିବା ସହ ୨୦୨୨-୨୩ ଆର୍ଥିକ ବର୍ଷରେ ୭,୦୦୦ କୋଟି ଟଙ୍କାର ରେକର୍ଡ ପରିମାଣ ରାଜସ୍ବ ସଂଗ୍ରହ କରିଛନ୍ତି, ଯାହା ବିଗତ ୧୨ ବର୍ଷରେ ସବୁଠୁ ଅଧିକ। ମାହେଶ୍ୱରୀ ପ୍ରକାଶ କରିଛନ୍ତି, ୫୫,୦୦୦ କୋଟି ଟଙ୍କା ମୂଲ୍ୟର ନିବେଶ ପ୍ରସ୍ତାବ ବିଚାରାଧୀନ ଅଛି ଏବଂ ଆସନ୍ତା ମାସେ ଭିତରେ ଏହା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ତାଙ୍କ ବଦଳିକୁ ନେଇ ନୋଏଡା ବାସିନ୍ଦା ଏବଂ ବ୍ୟବସାୟୀଙ୍କ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ମୁଖ୍ୟ ପଦବୀରୁ ହଠାତ୍‌ ବିଦାୟ ନେବାରେ କେତେକେ ଚିନ୍ତା ପ୍ରକଟ କରିଛନ୍ତି। ଏହା ଏକ ନିୟମିତ ବଦଳି ବୋଲି ଯୋଗୀ ସରକାର କହିଛନ୍ତି। ଅନ୍ୟପକ୍ଷରେ ସୂତ୍ରରୁ ପ୍ରକାଶ ଯେ, ନୋଏଡା ଅଥରିଟି ଆକାଉଣ୍ଟରୁ ନକଲି ଦଲିଲ ବଳରେ ଜାଲିଆତି କରି ଜଣେ ଠକ ୩.୯ କୋଟି ଟଙ୍କା ଟ୍ରାନ୍ସଫର କରିବାର ୨ ସପ୍ତାହ ପରେ ଏହି ପଦକ୍ଷେପ ନିଆଯାଇଛି। ଯଦିଓ ଏହି ଘଟଣା ସହ ମାହେଶ୍ୱରୀଙ୍କ ବଦଳିର ଏକ ସଂଯୋଗ ଅଛି କି ନାହିଁ ତାହା କହିବା କଷ୍ଟକର। ମାହେଶ୍ୱରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟତର ବୋଲି ଜଣାପଡ଼ିଛି। ତେବେ ଏହି ସମ୍ପର୍କ ନିଶ୍ଚିତ ନ ହେଲେ ବି ରାଜନୈତିକ ଏବଂ ବାବୁ ପରିସରକୁ ଦ୍ୱନ୍ଦ୍ୱରେ ପକାଇଛି ଏବଂ କେନ୍ଦ୍ର ଓ ୟୁପି ସରକାର ମଧ୍ୟରେ ଅନେକ ସମୀକରଣକୁ ଏପାଖସେପାଖ କରିପାରେ ବୋଲି କୁହାଯାଉଛି।

ମିତବ୍ୟୟତାର ବାର୍ତ୍ତା

ଏକ ଅଣପାରମ୍ପରିକ ନିର୍ଦ୍ଦେଶନାମା ଅନୁଯାୟୀ ପଞ୍ଜାବର ରାଜ୍ୟପାଳ ବଓ୍ବଁରିଲାଲ ପୁରୋହିତ ଶାସନ ପାଇଁ ଏକ ନିଆରା ଧାରା ସୃଷ୍ଟି କରୁଥିବା ଜଣାପଡ଼ିଛି। ଖାଦ୍ୟ ମୂଲ୍ୟ ମୁଦ୍ରାସ୍ଫୀତିର ସମ୍ମୁଖୀନ ହୋଇଥିବା ନାଗରିକଙ୍କ ସହ ରହିଛନ୍ତି ବୋଲି ଦର୍ଶାଇ ସେ ରାଜ ଭବନ ରୋଷେଇଘରେ ଟମାଟୋକୁ ସାମୟିକ ଭାବେ ନିଷିଦ୍ଧ କରିବା ଖବରର ଶିରୋନାମା ପାଲଟିଥିଲା। ଏହାର କିଛିଦିନ ପରେ ପୁରୋହିତ ଏବେ ଚଣ୍ଡିଗଡ଼ ପ୍ରଶାସନିକ ଅଧିକାରୀଙ୍କୁ ସରକାରୀ କାମରେ ଦିଲ୍ଲୀକୁ ବିମାନ ଯାତ୍ରା କରିବା ଏବଂ ପାଞ୍ଚତାରକା ହୋଟେଲରେ ରହିବାକୁ ବାରଣକରି ଏକ ସାହସିକ ପଦକ୍ଷେପ ନେଇଛନ୍ତି। ବିମାନ ଯାତ୍ରା ଉପରେ ନିଷେଧାଦେଶ ଏବଂ ଶତାବ୍ଦୀ ଓ ବନ୍ଦେ ଭାରତ ଟ୍ରେନ୍‌ ଯିବା ବାଧ୍ୟତାମୂଳକ କରିବାର ଆଦେଶ ସରକାରୀ ଖର୍ଚ୍ଚରେ ମିତବ୍ୟୟିତାର ବାର୍ତ୍ତା ଦେଇଛି। ଏଭଳି ଆର୍ଥିକ ସଂଯମ କେନ୍ଦ୍ର ଶାସିତ ଅଞ୍ଚଳ(ୟୁଟି)ର ରାଜନୈତିକ ଏବଂ ବାବୁ ପରିସରକୁ ଚକିତ କରିଛି। ପୁରୋହିତଙ୍କ ଏହି ଅଜବ ନିର୍ଦ୍ଦେଶ ତାଙ୍କ ଟମାଟୋ ନିଷେଧ ସଦୃଶ, ଯାହା ସାଙ୍କେତିକ ଭାବରେ ନାଗରିକଙ୍କ ଚିନ୍ତାଧାରା ସହ ସମାନ ଥିଲା । ତେବେ ଏହିସବୁ ପଦକ୍ଷେପର ବ୍ୟବହାରିକ ବିଷୟକୁ ନେଇ କିଛି ଉତ୍ସୁକତା ପ୍ରକାଶ ପାଇଥିଲା। ଆହୁରି ମଧ୍ୟ, ଯେଉଁ ସମୟରେ ପୁରୋହିତ ନିଷ୍ପତ୍ତି ନେଲେ ତାହା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ସହ ଥିବା ତାଙ୍କର ବିବାଦର ଇତିହାସ ଜଟିଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଲା। ରାଜ୍ୟପାଳଙ୍କ ବ୍ୟୟବହୁଳ ଜୀବନଶୈଳୀ ଉପରେ ମାନ୍‌ ବାରମ୍ବାର ଅଭିଯୋଗ ଉଠାଇଛନ୍ତି । ରାଜ୍ୟର ବିମାନ ବ୍ୟବହାର କରିବାରେ ତାଙ୍କର ରେକର୍ଡ ଅଛି ଏବଂ ତାହା ମିତବ୍ୟୟ ଉପରେ ତାଙ୍କ ନିର୍ଦ୍ଦେଶକୁ ରାଜନୈତିକ ରଙ୍ଗ ଦେଇଛି।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri