କବି ବିନୋଦ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଅନୁମତିରେ ବିଳମ୍ବ

ସୁନ୍ଦରଗଡ,୨୧ା୮(ଜୟ ନାରାୟଣ ମେଣ୍ଡୁଳି): ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ କାବ୍ୟ ସ୍ରଷ୍ଟା ତଥା କାଳଜୟୀ ଗ୍ରାମପଥ ଓ ସରୀସୃପ କବିତାର କବି ବିନୋଦ ଚନ୍ଦ୍ର ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଶିକ୍ଷା ବିଭାଗର ଅନୁମତି ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁ ସାହିତ୍ୟ ଓ ସଂସ୍କୃତିି ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କବି ବିନୋଦଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ସେ ପାଠ ପଢିଥିବା ସ୍ଥାନୀୟ ଭବାନୀ ଶଙ୍କର ହାଇସ୍କୁଲ ପରିସରରେ ସ୍ଥାପନ ପାଇଁ କବି ବିନୋଦ ଚନ୍ଦ୍ର ନାୟକ ସ୍ମୃତି କମିଟିର ପ୍ରସ୍ତାବ କ୍ରମେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରଥମେ ୨୦୨୧ ଅଗଷ୍ଟ ୩୦ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଅନୁମତି ଲୋଡାଯାଇଥିଲା। ଏହାପରେ ୨୦୨୧ ସେପ୍ଟେମ୍ବର୨ରେ ଜିଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ଅନୁମତି ଲୋଡିଥିଲେ। ହେଲେ କୌଣସି ଉତ୍ତର ନ ମିଳିବା ପରେ ଜିଲା ଶିକ୍ଷା ଅଧିକାରୀ ପୁନର୍ବାର ୨୦୨୨ ଅଗଷ୍ଟ ୫ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ଥିଲେ। ଏହା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଗଷ୍ଟ ୧୭ରେ ଆବଶ୍ୟକ କାଗଜପତ୍ର ମାଗିଥିଲେ। ଚିଠି ପାଇବାପରେ ବିଦ୍ୟାଳୟ ପରିଚାଳନା କମିଟି ୨୦୨୩ ଅଗଷ୍ଟ ୨୩ରେ କବିବିନୋଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୁଣି ପ୍ରସ୍ତାବ ଗୃହୀତ କରି ପଠାଇଥିଲା। ଏହାମଧ୍ୟରେ ଜୁନ ୨୨ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞାପ୍ତି ଜାରି କରିଥିଲେ। ହେଲେ ପରିତାପର ବିଷୟ ଏହା ସତ୍ତ୍ୱେ ମଧ୍ୟ କବି ବିନୋଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ଅନୁମତି ପ୍ରଦାନ କରି ନ ଥିବାରୁ କେବଳ ସାହିତ୍ୟ ପ୍ରେମୀଙ୍କ ନୁହେଁ ସମଗ୍ର ସୁନ୍ଦରଗଡବାସୀଙ୍କୁ ବ୍ୟଥିତ କରିଛି। ଏନେଇ କିବି ନୋଦ ଚନ୍ଦ୍ର ନାୟକ ସ୍ମୃତି କମିଟି ପକ୍ଷରୁ ରାଜକିଶୋର ଷଡଙ୍ଗୀ ଗତ ୧୧ରେ ଜିଲାପାଳଙ୍କୁ ଲିଖିତଭାବେ ଅବଗତ କରି ଅଗଷ୍ଟ ଶେଷ ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ କରାଯିବାକୁ ଦାବି କରିଛନ୍ତି। ଯାହାକି ସେପ୍ଟେମ୍ବର ୨ରେ କବିଙ୍କ ଜନ୍ମଦିବସରେ ତାଙ୍କର ପ୍ରତିମୂର୍ତ୍ତି ଅନାବରଣ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସୁନ୍ଦରଗଡ ଜିଲା ତେଲିପାଲି ଗ୍ରାମରେ ଜନ୍ମିତ ମାଟିର ବରପୁତ୍ର ତଥା ଖ୍ୟାତନାମା କବି ବିନୋଦ ସମଗ୍ର ଓଡିଶା ମାଟିର ଗର୍ବ ଓ ଗୌରବ। ସେ ଓଡ଼ିଆ ସାହିତ୍ୟର ଉପସଭାପତି, ସଭାପତି ଓ ସଚିବ ପଦ ସଫଳତାର ସହ ନିର୍ବାହ କରିଛନ୍ତି। ତାଙ୍କର ଏହି ଉଚ୍ଚାଙ୍ଗ ସାହିତ୍ୟ ସାଧନ ପାଇଁ ୧୯୭୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ତାଙ୍କ ରଚିତ ଲୋକପ୍ରିୟ କବିତା ଗ୍ରାମପଥ ଓ ସରୀସୃପ ଆମ ଶିକ୍ଷା ପାଠ୍ୟ କ୍ରମରେ ମଧ୍ୟ ପ୍ରଚଳିତ ହୋଇଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri