ମଣ୍ଡି ଖୋଲିବାରେ ବିଳମ୍ବ,ଦଲାଲ ହେଉଛନ୍ତି ମାଲାମାଲ

ଧାମନଗର, ୨୫।୧୨(ସ୍ବ.ପ୍ର.): ଚଳିତ ବର୍ଷ ଧାନ ଅମଳ ସରିବାକୁ ବସିଥିଲେ ମଧ୍ୟ ପ୍ରଶାସନ ମଣ୍ଡି ଖୋଲିବାକୁ ନେଇ ଅହେତୁକ ବିଳମ୍ବ କରି ଚାଲିଛି। ଫଳରେ ଚାଷୀମାନେ ଦଲାଲମାନଙ୍କୁ କମ୍‌ ଦରରେ ଧାନ ବିକ୍ରି କରି ଆର୍ଥିକ କ୍ଷତି ସହୁଛନ୍ତି।
ଯେ, ଚଳିତବର୍ଷ ଧାମନଗର ବ୍ଲକରେ ୧୫ ହଜାର ୩୭୨ ହେକ୍ଟର ଚାଷଜମିରେ ଧାନ ଚାଷ କରାଯାଇଥିଲା। ଧାନ ଅମଳ ପରେ ସରକାରୀ ମଣ୍ଡିରେ ସ୍ଥିରୀକୃତ ଧାର୍ଯ୍ୟ ସରକାରୀ ଦରରେ ବିକି ଚାଷ ପାଇଁ ଧାର କରଜ କରିଥିବା ଟଙ୍କା ଶୁଝିଦେବେ ବୋଲି ଚାଷମାନେ ଭାବିଥିଲେ। କିନ୍ତୁ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁ ଚାଷୀମାନେ ବାଧ୍ୟ ହୋଇ ଧାନ କୁଇଣ୍ଟାଲ ପ୍ରତି ୧୨୫୦ରୁ ୧୩୫୦ ଦରରେ ଦଲାଲମାନଙ୍କୁ ବିକ୍ରି କରୁଛନ୍ତି। ମାତ୍ର ସରକାରଙ୍କ ଧାର୍ଯ୍ୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ଥିବାବେଳେ ଚାଷୀମାନଙ୍କୁ ହେକ୍ଟର ପିଛା ଅନୁନ୍ୟ ୩୫ ହଜାରରୁ ୪୫ ହଜାର ଆର୍ଥିକ କ୍ଷତି ସହିବାକୁ ପଡୁଛି। ଏପରିକି ଦଲାଲମାନେ ଆସି କ୍ଷେତରୁ ଧାନ ନେଇ ବାହାର ରାଜ୍ୟ ବେପାରୀଙ୍କୁ ଚଢ଼ାଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି। ମାତ୍ର ଚଳିତବର୍ଷ ପ୍ରଶାସନର ଅବହେଳା ଯୋଗୁ ଚାଷୀମାନେ ଏପର୍ଯ୍ୟନ୍ତ ଧାନ ବିକ୍ରି ସମ୍ବନ୍ଧରେ କୋଣସି ସୂଚନା ପାଇପାରି ନାହାନ୍ତି। ଫଳରେ ସେମାନେ ଅମଳ ହୋଇଥିବା ସମସ୍ତ ଧାନ ସରକାରୀ ମଣ୍ଡିରେ ବିକ୍ରି କରିବାକୁ ନେଇ ଆଶା ଓ ଆଶଙ୍କା ମଧ୍ୟରେ ଅଛନ୍ତି। ଯଦି ଚାଷୀଙ୍କ ଧାନ ଦଲାଲମାନଙ୍କ ଦ୍ୱାରା ବାହାର ରାଜ୍ୟରେ ବିକ୍ରି ହେଉଛି, ତାହେଲେ ମଣ୍ଡି ଟାର୍ଗେଟ କିପରି ପୂରଣ କରୁଛି ବୋଲି ପ୍ରଶ୍ନ ଉଠିଛି। ଏଭଳି ଅବ୍ୟବସ୍ଥା ପ୍ରତି ଜିଲାପାଳ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା କହିଛନ୍ତି, ମିଲରମାନେ ଟଙ୍କା ଡିପୋଜିଟ୍‌ କରିବାରେ ବିଳମ୍ବ ହେତୁ ମଣ୍ଡି ଖୋଲାଯାଇ ପାରୁନାହିଁ। ତେବେ ଆସନ୍ତା ୨୮ ତାରିଖ ସୁଦ୍ଧା ଖୋଲିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri