ମଣ୍ଡି ଖୋଲିବାରେ ବିଳମ୍ବ,ଦଲାଲ ହେଉଛନ୍ତି ମାଲାମାଲ

ଧାମନଗର, ୨୫।୧୨(ସ୍ବ.ପ୍ର.): ଚଳିତ ବର୍ଷ ଧାନ ଅମଳ ସରିବାକୁ ବସିଥିଲେ ମଧ୍ୟ ପ୍ରଶାସନ ମଣ୍ଡି ଖୋଲିବାକୁ ନେଇ ଅହେତୁକ ବିଳମ୍ବ କରି ଚାଲିଛି। ଫଳରେ ଚାଷୀମାନେ ଦଲାଲମାନଙ୍କୁ କମ୍‌ ଦରରେ ଧାନ ବିକ୍ରି କରି ଆର୍ଥିକ କ୍ଷତି ସହୁଛନ୍ତି।
ଯେ, ଚଳିତବର୍ଷ ଧାମନଗର ବ୍ଲକରେ ୧୫ ହଜାର ୩୭୨ ହେକ୍ଟର ଚାଷଜମିରେ ଧାନ ଚାଷ କରାଯାଇଥିଲା। ଧାନ ଅମଳ ପରେ ସରକାରୀ ମଣ୍ଡିରେ ସ୍ଥିରୀକୃତ ଧାର୍ଯ୍ୟ ସରକାରୀ ଦରରେ ବିକି ଚାଷ ପାଇଁ ଧାର କରଜ କରିଥିବା ଟଙ୍କା ଶୁଝିଦେବେ ବୋଲି ଚାଷମାନେ ଭାବିଥିଲେ। କିନ୍ତୁ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁ ଚାଷୀମାନେ ବାଧ୍ୟ ହୋଇ ଧାନ କୁଇଣ୍ଟାଲ ପ୍ରତି ୧୨୫୦ରୁ ୧୩୫୦ ଦରରେ ଦଲାଲମାନଙ୍କୁ ବିକ୍ରି କରୁଛନ୍ତି। ମାତ୍ର ସରକାରଙ୍କ ଧାର୍ଯ୍ୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ଥିବାବେଳେ ଚାଷୀମାନଙ୍କୁ ହେକ୍ଟର ପିଛା ଅନୁନ୍ୟ ୩୫ ହଜାରରୁ ୪୫ ହଜାର ଆର୍ଥିକ କ୍ଷତି ସହିବାକୁ ପଡୁଛି। ଏପରିକି ଦଲାଲମାନେ ଆସି କ୍ଷେତରୁ ଧାନ ନେଇ ବାହାର ରାଜ୍ୟ ବେପାରୀଙ୍କୁ ଚଢ଼ାଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି। ମାତ୍ର ଚଳିତବର୍ଷ ପ୍ରଶାସନର ଅବହେଳା ଯୋଗୁ ଚାଷୀମାନେ ଏପର୍ଯ୍ୟନ୍ତ ଧାନ ବିକ୍ରି ସମ୍ବନ୍ଧରେ କୋଣସି ସୂଚନା ପାଇପାରି ନାହାନ୍ତି। ଫଳରେ ସେମାନେ ଅମଳ ହୋଇଥିବା ସମସ୍ତ ଧାନ ସରକାରୀ ମଣ୍ଡିରେ ବିକ୍ରି କରିବାକୁ ନେଇ ଆଶା ଓ ଆଶଙ୍କା ମଧ୍ୟରେ ଅଛନ୍ତି। ଯଦି ଚାଷୀଙ୍କ ଧାନ ଦଲାଲମାନଙ୍କ ଦ୍ୱାରା ବାହାର ରାଜ୍ୟରେ ବିକ୍ରି ହେଉଛି, ତାହେଲେ ମଣ୍ଡି ଟାର୍ଗେଟ କିପରି ପୂରଣ କରୁଛି ବୋଲି ପ୍ରଶ୍ନ ଉଠିଛି। ଏଭଳି ଅବ୍ୟବସ୍ଥା ପ୍ରତି ଜିଲାପାଳ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା କହିଛନ୍ତି, ମିଲରମାନେ ଟଙ୍କା ଡିପୋଜିଟ୍‌ କରିବାରେ ବିଳମ୍ବ ହେତୁ ମଣ୍ଡି ଖୋଲାଯାଇ ପାରୁନାହିଁ। ତେବେ ଆସନ୍ତା ୨୮ ତାରିଖ ସୁଦ୍ଧା ଖୋଲିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri