ବିଳମ୍ବିତ ହେଉଛି ବିକାଶ

ବଇଣ୍ଡା,୧୯ା୭:  ବିକାଶର ମାର୍ଗ ବା ରାଜପଥ ପ୍ରଶସ୍ତ ହେବ। ସେଥିପାଇଁ ୩ ବର୍ଷ ତଳୁ କ୍ଷେତ୍ର ପ୍ରସ୍ତୁତ କରାଗଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ବଜାରର ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ହେଲା। ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ଚିକିତ୍ସାଳୟ, ବିଶ୍ରାମାଗାରକୁ ଭାଙ୍ଗି ମାଟିରେ ମିଶାଇ ଦିଆଗଲା। ହେଲେ ଏଯାଏ ବିକାଶର ଚିହ୍ନବର୍ଣ୍ଣ ନାହିଁ। ଏଠାରେ ରାଜପଥ ସମ୍ପ୍ରସାରଣ ଶେଷ ତ ଦୂରର କଥା, ଓଭରବ୍ରିଜ୍‌ ଏଯାଏ ହୋଇପାରି ନାହିଁ। ଭଙ୍ଗା ଯାଇଥିବା ସରକାରୀ କାର୍ଯ୍ୟାଳୟ ଅନ୍ୟତ୍ର ନିର୍ମାଣ କରାଯାଇ ନାହିଁ। ଠିକା ସଂସ୍ଥା ଓ ପ୍ରଶାସନ ମଧ୍ୟରେ ତାଳମେଳ ରହୁ ନ ଥିବାରୁ ବଇଣ୍ଡାର ବିକାଶ ବିଳମ୍ବିତ ହୋଇ ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି।
କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନିମନ୍ତେ କିଶୋରନଗର ବ୍ଲକ ଜାମ୍ବୁନାଳୀ ଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ୨୦୧୮ ମେ ୧୭ ତାରିଖରୁ ବଇଣ୍ଡାଠାରେ ସରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ଭଙ୍ଗା ଆରମ୍ଭ ହୋଇଥିଲା। ବଇଣ୍ଡାରେ ଥିବା ରାଜସ୍ବ କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସାଳୟ, ପୂର୍ତ୍ତ ବିଭାଗ ବଙ୍ଗଳା, କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ, ନୁନୁକାପଶି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ବଇଣ୍ଡା ଫାଣ୍ଡି, ଜନତା ମହାବିଦ୍ୟାଳୟ, ବଇଣ୍ଡା ଛକ ଯାତ୍ରୀ ବିଶ୍ରାମାଗାର, ବଇଣ୍ଡା କଲେଜ ବିଶ୍ରାମାଗାର, ଲୁହାମୁଣ୍ଡା ବିଶ୍ରାମାଗାର, ଡେବେରାପାଲି ଗ୍ରାମ ଯାତ୍ରୀ ବିଶ୍ରାମାଗାର, ହଣ୍ଡପା ଥାନାର ଫୋର୍ସ ରହଣି ଗୃହ, ହଣ୍ଡପା ଯାତ୍ରୀ ବିଶ୍ରାମାଗାର, ବଇଶିଣା ଗ୍ରାମ ଯାତ୍ରୀ ବିଶ୍ରାମାଗାର, ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ, ପାଗବନ୍ଧା ପ୍ରାଥମିକ ବିଦ୍ୟାଳୟ ପାଚେରି, ନାକିଚି ଯାତ୍ରୀ ବିଶ୍ରାମାଗାର, ଫୁଲାମ୍ବା ଯାତ୍ରୀ ବିଶ୍ରାମାଗାର, ସରିଗିପାଲି ଯାତ୍ରୀ ବିଶ୍ରାମାଗାର, ଆମ୍ବପାଳ ଠାରେ ଥିବା ଯାତ୍ରୀ ବିଶ୍ରାମାଗାର, ବାମୁରଠାରେ ଥିବା ଯାତ୍ରୀ ବିଶ୍ରାମାଗାର, ବାମୁର କ୍ଷୁଦ୍ରଜଳସେଚନ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାମ୍ବୁନାଳି ସ୍ଥିତ ଯାତ୍ରୀ ବିଶ୍ରାମାଗାର ଭାଙ୍ଗିଦିଆଯାଇଛି। ଏଥିରୁ କେତୋଟି କାର୍ଯ୍ୟାଳୟ ଭଡା ଘରେ ଚାଲିଥିବାବେଳେ ଆଉ କେତୋଟି ଅନ୍ୟ କାର୍ଯ୍ୟାଳୟରେ ମିଶାଇ ଦିଆଯାଇଛି। ଜମି ଅଭାବରୁ ଏସବୁ ସରକାରୀ କାର୍ଯ୍ୟାଳୟ ନୂତନ ଭାବେ ନିର୍ମାଣ କରାଯାଉ ନାହିଁ। ବଇଣ୍ଡା ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରାଯାଇ ନ ଥିବାରୁ ୪ଟି ପଞ୍ଚାୟତର ଚାଷୀ ପ୍ରାଣୀଧନଙ୍କୁ ନେଇ ୭ କିଲୋମିଟର ଦୂର ହଣ୍ଡପା ଯାଉଛନ୍ତି। ପୂର୍ତ୍ତ ବିଭାଗ ବଙ୍ଗଳା ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ନିର୍ମାଣରେ ବିଳମ୍ବ ହେଉଛି। ଫାଣ୍ଡି ସ୍ଥାପନ କରିବାକୁ ଜମି ଥିବା ନେଇ ବଇଣ୍ଡା ଗ୍ରାମବାସୀ ଆଠମଲ୍ଲିକ ବିଧାୟକଙ୍କୁ ଗତ ଜାନୁୟାରୀ ୧୫ ତାରିଖରୁ ଲିଖିତ ଭାବେ ଅବଗତ କରିଛନ୍ତି। ତଥାପି ପଦକ୍ଷେପ ନିଆଯାଉ ନାହିଁ। ଅନେକ ବିଶ୍ରାମାଗାର ସହ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ ଦାୟିତ୍ୱ ଠିକାସଂସ୍ଥା ନେଇଥିବା ବେଳେ ମାତ୍ର ୨ଟି ବିଦ୍ୟାଳୟ ନିର୍ମାଣ କରୁଛି। ବଇଣ୍ଡା, ବାମୁର ଠାରେ ଫ୍ଲାଏ ଓଭର ବ୍ରିଜ୍‌ ବିଳମ୍ବ ହେଉଛି। ଉଚ୍ଛେଦର ୩ ବର୍ଷ ପରେ ବି ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଉ ନ ଥିବାରୁ ବ୍ୟବସାୟୀମାନେ ଥଇଥାନ ହୋଇପାରୁନାହାନ୍ତି। ଏହାକୁ ନେଇ ବଇଣ୍ଡାବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଠିକା ସଂସ୍ଥାର ଅବହେଳା
ବାମୁରଠାରେ ସରକାରୀ କାର୍ଯ୍ୟାଳୟ ନିର୍ମାଣ ହେଉନାହିଁ। ଫ୍ଲାଏ ଓଭର ବ୍ରିଜ୍‌ କାମ ଅଧାରେ ରହିଛି। ଏଥିଯୋଗୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକାସଂସ୍ଥା ଠିକ୍‌ ସମୟରେ କାର୍ଯ୍ୟକରୁ ନ ଥିବାରୁ ଅଞ୍ଚଳର ବିକାଶ ବାଧାପ୍ରାପ୍ତ ହେଉଛି।
-ସଞ୍ଜୀବ ପ୍ରଧାନ, ବାମୁର

ଦାବିକୁ ଗୁରୁତ୍ୱ ଦିଆଯାଉନି
ବଇଣ୍ଡାଠାରେ ଥିବା ପ୍ରାଣୀ ଚିକିତ୍ସାଳୟ ନିର୍ମାଣ ହେଇପାରୁନାହିଁ। ଜମି ଯୋଗାଇବାରେ ବିଭାଗୀୟ କର୍ତ୍ତୃପକ୍ଷ ବିଳମ୍ବ କରୁଛନ୍ତି। ଭଙ୍ଗା ଯାଇଥିବା ସରକାରୀ କାର୍ଯ୍ୟାଳୟଗୁଡିକ ନୂତନ ଭାବେ ନିର୍ମାଣ ନିମନ୍ତେ ବହୁବାର ଦାବିପତ୍ର ଦିଆଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ।
-ଅଜିତ ପଟ୍ଟନାୟକ, କଦଳୀମୁଣ୍ଡା

ଗାତ ଖୋଳି ଛାଡ଼ିଦିଆଯାଇଛି
ବଇଣ୍ଡାରେ ଥିବା ବଙ୍ଗଳା, ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେଉନାହିଁ। ଫ୍ଲାଏ ଓଭର ବ୍ରିଜ୍‌ କାର୍ଯ୍ୟ ଗାତ ଖୋଳାରେ ସୀମିତ ରହିଛି। ଡ୍ରେନ୍‌ ନିର୍ମାଣ ଦିଗରେ ଦୃଷ୍ଟି ଦିଆଯାଉ ନାହିଁ। ବର୍ଷା ସମୟରେ ସ୍ଥାନୀୟ ଲୋକଙ୍କ ଘରେ ପାଣି ପଶୁଥିବାରୁ ସେମାନେ ହଇରାଣ ହେଉଛନ୍ତି।
-ଉଗ୍ରସେନ ସେଠୀ, ବଇଣ୍ଡା

ପ୍ରଶାସନ ଉଦ୍ୟମ କରୁଛି
ବଇଣ୍ଡା ଠାରେ ବଙ୍ଗଳା, ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ କରାଯାଇଛି। ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ଅବଗତ କରାଯାଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟ କିଭଳି ଶୀଘ୍ର ନିର୍ମାଣ ହେବ ସେ ନେଇ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିସହ ସବୁ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଜମି ଶୀଘ୍ର ଯୋଗାଇ ଦିଆଯିବ।
-ଶାନ୍ତି ସ୍ବରୂପ ମିଶ୍ର, ତହସିଲଦାର

କରୋନା, ଶ୍ରମିକ ଅଭାବ ବାଧକ
ବିଭିନ୍ନ କାର୍ଯ୍ୟାଳୟ ନିର୍ମାଣରେ କରୋନା ସହ ଶ୍ରମିକ ଅଭାବ ବାଧକ ସାଜିଛି। ସେଥିପାଇଁ ଏଥିରେ ବିଳମ୍ବ ହୋଇଚାଲିଛି। ପ୍ରଶାସନ କିଛି ଜମି ଚିହ୍ନଟ କରିଛନ୍ତି। ଶୀଘ୍ର ସରକାରୀ କାର୍ଯ୍ୟାଳୟ ସହ ରାସ୍ତା କାର୍ଯ୍ୟ ଆରମ୍ଭ ହେବ। ବଇଣ୍ଡାରେ ସମସ୍ତ କାର୍ଯ୍ୟ ଶୀଘ୍ର କରିବା ପାଇଁ ଉଦ୍ୟମ ଚାଲିଛି।
-ଗେଲିଡେବେରା ପଦ୍ମନାଭମ, ଠିକାସଂସ୍ଥା ପରିଚାଳକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ସହରରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ ନା ଗାଁରେ, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬।୩: ଆଜିକାଲି ଲୋକଙ୍କ ମନରେ ଏକ ପ୍ରମୁଖ ପ୍ରଶ୍ନ ହେଉଛି ଯେ ସେମାନେ ପ୍ରଥମେ ସହରରେ ପ୍ରଥମେ ସିଲିଣ୍ଡର ପାଇବେ ନା ଗ୍ରାମାଞ୍ଚଳରେ। ବର୍ଦ୍ଧିତ ଚାହିଦା ଏବଂ…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

ପୁଣିଥରେ ହେବ କି ୱାର୍କ ଫ୍ରମ୍ ହୋମ୍ ଏବଂ ସ୍କୁଲ ସଟ୍ ଡାଉନ? ଏପରି କିଛି କହିଦେଲେ ବିଶେଷଜ୍ଞ, ସମସ୍ତେ କାବା..

ନୂଆଦିଲ୍ଲୀ,୨୬।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏହା ବିଶ୍ୱର ଶକ୍ତି ଯୋଗାଣ ଏବଂ ଇନ୍ଧନ…

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଜଗିବେ ୧୬ ପ୍ଲାଟୁନ ପୋଲିସ ଫୋର୍ସ

ପୁରୁଣା ଭୁବନେଶ୍ୱର,୨୬ା୩(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଭାରତ ସମେତ ଏହି ୫ଦେଶକୁ ଇରାନ କହିଲା ଭଲ ବନ୍ଧୁ, ଯୁଦ୍ଧ ଭିତରେ କରିଦେଲା ବଡ଼ ଘୋଷଣା, ଟ୍ରମ୍ପ ଶୁଣି ଛାନିଆ!

ତେହରାନ,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦର ୨୭ତମ ଦିନରେ, ଇରାନ ଏକ ଆଶ୍ୱସ୍ତିକର ଖବର ଦେଇଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଘୋଷଣା କରିଛନ୍ତି ଯେ ଭାରତ ସମେତ…

ହରମୁଜରେ ୫ ଯୁଦ୍ଧ ଜାହାଜ ଓହ୍ଲାଇଲା ଭାରତ, ଆଗକୁ କିଛି ବଡ଼…

ନୂଆଦିଲ୍ଲୀ,୨୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀ ଆଲୋଚନାର ଏକ କେନ୍ଦ୍ରୀୟ ବିଷୟ ପାଲଟିଛି। ବିଶ୍ୱର ପ୍ରାୟ 20% ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri