କ୍ରଶର ୟୁନିଟ୍‌ ନିର୍ମାଣରେ ବିଳମ୍ବ

ଯାଜପୁର,୩ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ୨୦୨୧ ଜାନୁୟାରୀରେ ଧର୍ମଶାଳା ତହସିଲ ଏବଂ ଫେବୃୟାରୀରେ ଦର୍ପଣ ତହସିଲ ଅଞ୍ଚଳରେ ବେଆଇନ ପଥର ଭଙ୍ଗା କ୍ରଶରଗୁଡିକ ଉଚ୍ଛେଦ ହୋଇଥିଲା। ପରିବେଶ ନିୟମ ଓ ସାଇଟିଂ କ୍ରାଇଟେରିଆ ବାହାରେ ଚାଲୁଥିବା କ୍ରଶରଗୁଡ଼ିକୁ ଉଚ୍ଛେଦ ଓ ସିଲ୍‌ କରିବାର କେଇଦିନ ଯାଇଛି କି ନାହିଁ ତାହା ପୁଣି ଜୋରସୋରରେ ଚାଲିଛି। ଏଥିରେ ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଡାକବଙ୍ଗଳା ଛକଠାରୁ ଚଢେଇଧରା ଛକ ମଧ୍ୟରେ ରାଣୀବନ୍ଧ, ଭଡ଼ଙ୍ଗା, ଆରୁହା, ପାଖର, ବରଡ଼ା, ବଉଳମାଳ ଆଦି ମୌଜାରେ ରାଜପଥ ପାର୍ଶ୍ୱକୁ ଲାଗି ଏକାଧିକ ବେଆଇନ କ୍ରଶର ରହିଛି। ଏହିସବୁ ବେଆଇନ କ୍ରଶର ପାଇଁ ଏକାଧିକ କଳାପଥର ଖାଦାନରୁ ଉତ୍ତୋଳନ ମଧ୍ୟ ଜୋର ଧରିଛି। ଏଭଳି ସ୍ଥିତିରେ ପ୍ରଶାସନର ପ୍ରସ୍ତାବିତ କ୍ରଶର ୟୁନିଟ ନିର୍ମାଣରେ ବିଳମ୍ବ ବେଆଇନ କଳାପଥର ଉତ୍ତୋଳନକୁ ସୁହାଉଛି ବୋଲି ମତପ୍ରକାଶ ପାଇଛି।
ଜିଲାର ଦର୍ପଣ, ଧର୍ମଶାଳା ଓ ଦାନଗଦି ତହସିଲ ଇଲାକାରେ ବେଆଇନ କ୍ରଶରଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୫ ଜୁନ ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହାଇକୋର୍ଟ ମକଦ୍ଦମା ନମ୍ବର ଡବ୍ଲ୍ୟୁପିସି ୯୧୦୧/୨୦୦୯ ଏବଂ ଜାତୀୟ ମାନବାଧିକାର ଆୟୁକ୍ତଙ୍କ କେସ୍‌ ନମ୍ବର ୧୩୪-୧୮/୫/୦୭୦୮/ଓସି ଆଦେଶନାମା ଅନୁଯାୟୀ ବେଆଇନ କ୍ରଶରଗୁଡ଼ିକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିର୍ଦ୍ଦେଶ ବଳରେ ୨୦୧୬ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୧୪୭ଟି ଛୋଟ କ୍ରଶରକୁ ସିଲ୍‌ କରାଯାଇଥିଲା। ଏହାସହ ବିଦ୍ୟୁତ୍‌ ସଂଯୋଗ ମଧ୍ୟ କାଟି ଦିଆଯାଇଥିଲା। ସେତେବେଳେ ଅରୁଣୀ, ଆର୍‌କେଡି, ସିମ୍ପ୍ଲେକ୍ସ, ମାଧବ, ଗରୁଡ, ଏଆରଏସ୍‌ଏସ୍‌, ନାଗାର୍ଜୁନ, ରକ୍‌ସାଣ୍ଡ୍‌, ଯୋଡ଼ା, ତାପ୍ତି, ଗୋଡ଼ଗାଓଁ, କୋଣାର୍କ, ଜୈନ, ଅମିତ୍‌, ସାଉଥ୍‌ ଇଷ୍ଟ ଆଦି ମେଗା କ୍ରଶର ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଅନ୍ୟ କ୍ରଶରମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଶ୍ରମିକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି କେତେକ ସ୍ଥାନରେ କ୍ରଶର ୟୁନିଟ ସ୍ଥାପନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିସକାଶେ ଜମି ଯୋଗାଇ ଦେବାକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ଏହାପରେ ଆରୁହା ଇଣ୍ଡଷ୍ଟ୍ରିଆଲ ଏରିଆ, ବରଡା, ଅଞ୍ଜିରା, ଅଲାଝାଟିଆଠାରେ ଜମି ଚିହ୍ନଟ କରାଯାଇଛି। ଏହାପରେ ୨୦୨୧ ଜାନୁୟାରୀ ଓ ଫେବୃୟାରୀରେ ପୁଣି କ୍ରଶର ଭଙ୍ଗା ଅଭିଯାନ ଆରମ୍ଭ ହୋଇଥିଲା। ଏହାର କିଛିଦିନ ପରେ ପୁଣି ରାଜପଥ କଡ଼ରେ କ୍ରଶରଗୁଡିକ ଚାଲିବା ଆରମ୍ଭ ହୋଇଥିଲା। ଏଭଳି ଭାବେ କ୍ରଶର ଭଙ୍ଗା ଏବଂ ପରେ ପୁଣି ଚାଲିବା ଦେଖିବାକୁ ମିଳୁଛି। ମେଗା କ୍ରଶରଗୁଡିକରେ ଅତ୍ୟଧିକ କଳାପଥର ମହଜୁଦ ରହୁଛି। ସରକାରୀ ଅନୁମତିଠାରୁ ବହୁଗୁଣ ଅଧିକ ପଥର ମହଜୁଦ ରହିବା ନେଇ ପ୍ରଶ୍ନ ଉଠୁଛି। ବଳରାମପୁର ସଂରକ୍ଷିତ ଜଙ୍ଗଲ ସମେତ ବିଛାଖଣ୍ଡି, କୁସୁନପୁର, ମୁକୁନ୍ଦପୁର, ନିଶ୍ଚନ୍ତା ଅଭୟାରଣ୍ୟ, ଡଙ୍କାରୀ, ଆରୁହା, ଲୁଣିବର, ମାଲଗୋଡ଼ା ଓ ରାହାଡପୁର ଠାରୁ ଢେଙ୍କାନାଳ ସୀମାନ୍ତ ପର୍ଯ୍ୟନ୍ତ ଶତାଧିକ ବେଆଇନ କଳାପଥର ଖାଦାନ ଚାଲିଥିବା ଅଭିଯୋଗ ହେଉଛି। ବେଆଇନ ପଥର ଖାଦାନଗୁଡିକରୁ ନକଲି ଆର୍‌-ଫର୍ମରେ ବାହାରକୁ ଚାଲାଣ ହୋଇଥିବା ଏଥିରୁ ସନ୍ଦେହ କରାଯାଇଛି। ନକଲି ଆର୍‌-ଫର୍ମରେ ବିଭିନ୍ନ ଶିଳ୍ପ କାରଖାନାଗୁଡିକୁ ମଧ୍ୟ ଚିପ୍ସ, ମେଟାଲ ଆଦି ଯୋଗାଣ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ଏହିକ୍ରମରେ ସରକାରୀ ଭାବେ କ୍ରଶର ୟୁନିଟ ସ୍ଥାପନ କରାଗଲେ ବେଆଇନ କଳାପଥର ଉତ୍ତୋଳନ କିଛିଟା ନିୟନ୍ତ୍ରଣ ହୋଇପାରନ୍ତା ବୋଲି ଆଶା କରାଯାଉଛି। କିନ୍ତୁ କ୍ରଶର ୟୁନିଟ ନିର୍ମାଣ ଦାୟିତ୍ୱରେ ରହିଥିବା ଅଧିକାରୀ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ ଉଠିଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri