ଖରିଫ ଚାଉଳ ସଂଗ୍ରହରେ ବିଳମ୍ବ

ସମ୍ବଲପୁର,୨୨ା୬(ଶୁଭାଶିଷ ପାଢ଼ୀ) ଆର୍ଥତ୍କ ବର୍ଷ ୨୦୨୨-୨୩ ପାଇଁ ଖରିଫ ଧାନ ସଂଗ୍ରହ ଧାର୍ଯ୍ୟ ଓ ଅନୁମୋଦିତ ପରିମାଣ ଅନୁସାରେ ହୋଇଥିଲା। ତଦନୁଯାୟୀ ଜିଲା ତଥା ବାହାର ଜିଲାରୁ ଧାନ ସମ୍ବଲପୁର ଜିଲାର ମିଲ୍‌ଗୁଡିକୁ ଆସିଥିଲା। ହେଲେ ଏବେ ଚାଉଳ ସଂଗ୍ରହରେ ବିଳମ୍ବ ହେଉଛି। ଏଫ୍‌ସିଆଇ ଓ ରାଜ୍ୟ ସରକାର ମିଲର୍ସଙ୍କଠାରୁ ଚାଉଳ ସଂଗ୍ରହ କରିଥାନ୍ତି। ହେଲେ ଗୋଦାମ ଗୃହ ଓ ଅନ୍ୟାନ୍ୟ ସମସ୍ୟା ଦର୍ଶାଇ ଏଫ୍‌ସିଆଇ ଚାଉଳ ନେବାରେ ବିଳମ୍ବ କରୁଥିବାବେଳେ ରାଜ୍ୟ ସରକାର ମଧ୍ୟ ଅବହେଳା କରୁଥିବା ଅଭିଯୋଗ ହେଉଛି। ଫଳରେ ମିଲର୍ସଙ୍କ ଉପରେ ୧୪ଲକ୍ଷରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଚାଉଳ ବକେୟା ପଡିଛି।
ରାଜ୍ୟ ସରକାର ମୁଖ୍ୟତଃ ପିଡିଏସ୍‌ ଓ ମଧ୍ୟାହ୍ନଭୋଜନରେ ଚାଉଳ ଖର୍ଚ୍ଚ କରନ୍ତି। ଏହାସହ ଆବଶ୍ୟକ ପଡିଲେ ବାଲେଶ୍ୱର, କେନ୍ଦୁଝର, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ ଭଳି ଜିଲାକୁ ଚାଉଳ ଯୋଗାଣ କରନ୍ତି। ସମ୍ବଲପୁର ଜିଲାରେ ପିଡିଏସ୍‌ ଓ ଅନ୍ୟ ଯୋଜନାରେ ମାସକୁ ପ୍ରାୟ ୪୪ ହଜାର କୁଇଣ୍ଟାଲ ଚାଉଳ ଖର୍ଚ୍ଚ ହୋଇଥାଏ। ଏବେ ଚାଉଳ ସଂଗ୍ରହ ବିଳମ୍ବ ହେବାରୁ ମିଲର୍ସଙ୍କ ପାଇଁ ସମସ୍ୟା ହେଉଛି। ଯୋଗାଣ ବିଭାଗ ମଧ୍ୟ ଆଗକୁ ଅଡୁଆରେ ପଡିବ ବୋଲି ଆଲୋଚନା ହେଉଛି। ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ଗତ ଖରିଫ ଧାନର ଶତପ୍ରତିଶତ ଚାଉଳ ନ ଦେଲେ ମିଲରମାନେ ଆଗାମୀ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ। ଏହାସହ ଜିଲାରେ ଧାନ ସଂଗ୍ରହ ପରିମାଣ ମଧ୍ୟ ହ୍ରାସ ପାଇବ ବୋଲି ଚାଷୀମାନେ କହୁଛନ୍ତି।
ସୂଚନାଯୋଗ୍ୟ, ଗତ ଖରିଫରେ ସମ୍ବଲପୁର ଜିଲାରେ ୩୦ ଲକ୍ଷ ୬୬ ହଜାର ୭୯୯ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଏଥିରୁ ୬୮ ପ୍ରତିଶତ ଅର୍ଥାତ୍‌ ୧୪ ଲକ୍ଷ ୫୪ ହଜାର ୯୮ କୁଇଣ୍ଟାଲ ଚାଉଳ ମିଲଗୁଡିକ ନିଗମକୁ ଦେବା କଥା। ହେଲେ ଏବେ ଆଉ ୬ ଲକ୍ଷ ୩୧ ହଜାର ୩୨୪ କୁଇଣ୍ଟାଲ ଚାଉଳ ସଂଗ୍ରହ ହୋଇପାରି ନାହିଁ। ସେହିପରି ବାହାର ଜିଲାରୁ ୧୭ ଲକ୍ଷ ୩୫ ହଜାର ୩୦୮ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା। ନିୟମ ଅନୁସାରେ ୧୧ ଲକ୍ଷ ୮୦ ହଜାର ୧୦ କୁଇଣ୍ଟାଲ ଚାଉଳ ମିଲରମାନେ ଦେବେ। ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୩ ଲକ୍ଷ ୪୦ ହଜାର ୪୯୯ କୁଇଣ୍ଟାଲ ଚାଉଳ ସଂଗ୍ରହ ହୋଇଛି। ଜିଲା ଓ ଜିଲା ବାହାରୁ ସଂଗ୍ରହ ହୋଇଥିବା ଧାନରୁ ୧୪ ଲକ୍ଷ ୭୦ ହଜାର ୮୩୫ କୁଇଣ୍ଟାଲ ଚାଉଳ ମିଲରଙ୍କ ଉପରେ ବକେୟା ରହିଛି। ଏହାକୁ ନେଇ ଯୋଗାଣ ବିଭାଗ ଚିନ୍ତାରେ ପଡିଛି। ଅକ୍ଟୋବର ଶେଷ ସୁଦ୍ଧା ଶତପ୍ରତିଶତ ଚାଉଳ ସଂଗ୍ରହ ହେବାର ନିୟମ ରହିଛି। ନଚେତ୍‌ ମିଲର୍ସ ଧାନ ସଂଗ୍ରହରୁ ବାଦ୍‌ ପଡିବା ସହ ଜିଲାକୁ ଧାନ ସଂଗ୍ରହ ଧାର୍ଯ୍ୟ ପରିମାଣ କମିଯିବ। ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଲ ଇଣ୍ଡିଆ କିଷାନ ମୋର୍ଚ୍ଚା ସଦସ୍ୟ ଆଶୋକ କୁମାର ପ୍ରଧାନ କହିଛନ୍ତି, ଧାନ ସଂଗ୍ରହ ପ୍ରକ୍ରିୟା ଏକ ଗୋଲକ ଧନ୍ଦା। ସବୁବର୍ଷ ଖରିଫ ଚାଉଳ ସଂଗ୍ରହରେ ବିଳମ୍ବ ହୋଇଥାଏ। ବାସ୍ତବରେ ମିଲରଙ୍କ ପାଖରେ ଧାନ ନ ଥାଏ। ସେମାନେ ଖୋଲାରେ ବିକ୍ରି କରିଦେଇଥାନ୍ତି। ରବି ଧାନ ସଂଗ୍ରହ ସମୟରେ ସିଧାସଳଖ ଧାନ କିଣି ଚାଉଳ କରନ୍ତି। ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ଧାନ ସଂଗ୍ରହ କରୁଛନ୍ତି। ହେଲେ ବାସ୍ତବରେ ପରିଚାଳନାଗତ ତ୍ରୁଟି ଓ ତଦାରଖ ନ ହେବାରୁ ଅନେକ ସମୟରେ କ୍ଷତି ଘଟୁଛି। ଉଚିତ ସମୟରେ ଧାନ ସଂଗ୍ରହ ନ ହେଲେ ଆଗାମୀ ଖରିଫ ଧାନ ସଂଗ୍ରହ ସମୟରେ ଚାଷୀମାନେ ଅଭାବୀ ବିକ୍ରି ସମସ୍ୟାରେ ପଡିବେ ବୋଲି ସେ କହିଥିଲେ। ଅନ୍ୟପଟେ ମିଲରମାନେ କହିଛନ୍ତି, ଚାଉଳ ସଂଗ୍ରହ ନ ହେବାରୁ ମିଲ୍‌ରେ ଅଚଳାବସ୍ଥା ଦେଖାଦେଇଛି। ସମୟ ଅତିବାହିତ ହେଉଛି। କମ୍‌ ସମୟରେ ଟାର୍ଗେଟ ପୂରା କରିବାକୁ ନିର୍ଦ୍ଦେଶ ଦିଆଯିବ। ହେଲେ ସେ ସମୟରେ ସମମ୍ୟା ହେବ। ଏବେ ଚାଉଳ ଉତ୍ପାଦନ କରି ରଖିଲେ ମଧ୍ୟ ଏହାର ମାନ ଖରାପ ହେବା ଭୟ ରହୁଛି। ତେଣୁ ଦ୍ୱନ୍ଦ୍ୱରେ ପଡିଯାଇଥିବା କହିଛନ୍ତି। ଅନ୍ୟପଟେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, ଚାଉଳ ସଂଗ୍ରହରେ ବିଳମ୍ବ ହେଉଛି। ଏଥିପାଇଁ ଆଲୋଚନା ଚାଲିଛି। ଶୀଘ୍ର ସମାଧାନ ହୋଇଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri