Categories: ଜାତୀୟ

ଚନ୍ଦ୍ରାୟଣ-୩ ଉତ୍‌କ୍ଷେପଣରେ ବିଳମ୍ବ

ନୂଆଦିଲ୍ଲୀ,୨୧।୨: କୋଭିଡ୍‌-୧୯ କଟକଣା ଯୋଗୁ ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ-୩ ଉତ୍‌କ୍ଷେପଣ ବିଳମ୍ବ ହେବା ନେଇ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନର (ଇସ୍ରୋ) ମୁଖ୍ୟ କେ. ସିଭାନ ରବିବାର ପ୍ରକାଶ କରିଛନ୍ତି। ଏହାର ଉତ୍‌କ୍ଷେପଣ ୨୦୨୨ରେ ହେବା ନେଇ ସେ ସୂଚନା ଦେଇଛନ୍ତି। ଏହି ମିଶନ ଗତ ବର୍ଷ ଅନ୍ତିମ ଭାଗରେ ହେବାନେଇ ଯୋଜନା କରାଯାଇଥିଲା। କିନ୍ତୁ କୋଭିଡ-୧୯ ଯୋଗୁ ସ୍ଥଗିତ ରଖାଯାଇଥିଲା।

Share