ହୀରାକୁଦକୁ ବିଦେଶୀ ପକ୍ଷୀ ଆଗମନରେ ବିଳମ୍ବ

ସମ୍ବଲପୁର, ୨୦।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି। ସେଥିମଧ୍ୟରେ ହୀରାକୁଦ ଅନ୍ୟତମ। ହୀରାକୁଦ ଜଳଭଣ୍ଡାର ସହ ଚତୁଃପାର୍ଶ୍ୱରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପର୍ଯ୍ୟଟନ ଋତୁରେ ବିଦେଶୀ ପକ୍ଷୀଙ୍କ ସମାଗମ ମୁଖ୍ୟ ଆକର୍ଷଣ ସାଜିଥାଏ। ଏଥିପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ହେଲେ ଚଳିତ ପର୍ଯ୍ୟଟନ ଋତୁରେ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ବିଳମ୍ବ ହୋଇଛି। ପ୍ରତିବର୍ଷ ନଭେମ୍ବର ଦ୍ୱିତୀୟ ସପ୍ତାହରେ ବିଦେଶୀ ପକ୍ଷୀ ଆସିବା ଆରମ୍ଭ କରିଥାନ୍ତି। ହେଲେ ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଦେଖାଯାଉନାହାନ୍ତି। ପାଣିପାଗରେ ପରିବର୍ତ୍ତନ ହୋଇ ଶୀତ ପଡ଼ିବାରେ ବିଳମ୍ବ ହୋଇଛି। ତେଣୁ ପକ୍ଷୀ ଆସିନାହାନ୍ତି ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି। ଯେଉଁ ଅଳ୍ପ କେତେକ ପକ୍ଷୀ ଦେଖାଯାଉଛନ୍ତି ତାହା ପୂର୍ବ ବର୍ଷରୁ ଆସି ରହିଯାଇଥିବା ଅନୁମାନ କରାଯାଉଛି। ଥଣ୍ଡା ବଢିଲେ ପକ୍ଷୀ ଆଗମନ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବ। ପକ୍ଷୀଙ୍କ ସୁରକ୍ଷାକୁ ନେଇ ବନ ବିଭାଗ ପ୍ରସ୍ତୁତ ରହିଛି ବୋଲି ଡିଏଫ୍‌ଓ ଦାଶ କହିଛନ୍ତି। ବିଦେଶୀ ପକ୍ଷୀଙ୍କ ଆଗମନରେ ବିଳମ୍ବ ହେଲେ ଡିସେମ୍ବରରୁ ହେବାକୁ ଯାଉଥିବା ହୀରାକୁଦ ଇକୋ ରିଟ୍ରିଟରେ ପ୍ରଭାବ ପଡ଼ିବ ବୋଲି ପରିବେଶବିତ୍‌ ଆଲୋଚନା କରୁଛନ୍ତି। ବିଶେଷ କରି ନଭେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଆସିବାର ସମୟ। ସୂଚନାଯୋଗ୍ୟ, ପ୍ରତିବର୍ଷ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀ ଶୀତ ସମୟରେ ଆସିଥାନ୍ତି। ପ୍ରାୟ ୯୦ରୁ ଅଧିକ ପ୍ରଜାତିର ପାଖାପାଖି ଦେଢ଼ରୁ ୨ଲକ୍ଷ ପକ୍ଷୀଙ୍କ ସମାଗମ ହୋଇଥାଏ। ଏହାମଧ୍ୟରେ ଲେଜର୍‌ ହୁଇଷ୍ଟିଙ୍ଗ୍‌ ଡକ୍‌, କମନ୍‌କଟ୍‌, କମନ୍‌ ପଚାଡ୍‌, ରେଡ୍‌ କ୍ରେଷ୍ଟଟେଡ୍‌ ପଚାଡ୍‌, ଟଫ୍‌ଟେଡ୍‌ ଡକ୍‌ ଆଦି ପ୍ରଜାତିର ପକ୍ଷୀ ସଂଖ୍ୟା ଅଧିକ ରହିଥାଏ। ଶୀତ କମିଲେ ପୁଣି ସେମାନେ ବାହୁଡିଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri