ଅବକ୍ଷୟମୁଖୀ ଜଙ୍ଗଲ, ଶିକାର ହାତୀ ମୃତ୍ୟୁର କାରଣ

ଖୋର୍ଦ୍ଧା,୧୫ା୨(ପ୍ରଭାତ ପାଣିଗ୍ରାହୀ)ଚନ୍ଦକା ବନ୍ୟପ୍ରାଣୀ ବିଭାଗ ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣରେ ଆହତ ଦନ୍ତାହାତୀର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଗତବର୍ଷ କେରଳରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ତେବେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀଙ୍କ ଏଭଳି କାର୍ଯ୍ୟଶୈଳୀକୁ ନେଇ ପରିବେଶବିତ୍‌ ଚିନ୍ତାପ୍ରକାଟ କରିଛନ୍ତି। ବାର୍‌ହା ନା ହାତୀ ଶିକାର ପାଇଁ ଶିକାରୀ ଏଭଳି ପ୍ରୟାସ କରିଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃ୍‌ଷ୍ଟି ହୋଇଛି। ଏହି ଘଟଣା ପଛରେ ସ୍ଥାନୀୟ ଶିକାରୀ ବା ର଼୍ୟାକେଟ କାମ କରୁଛି, ଏହାର ପର୍ଦ୍ଦାଫାଶ ହେବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।
ଏସମ୍ପର୍କରେ ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କୁହନ୍ତି, କେରଳ ପରେ ଓଡ଼ିଶାରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ତେବେ ଏହା ଜଙ୍ଗଲ ଭିତରେ ଘଟିଥିବାରୁ ଜଙ୍ଗଲ ବିଭାଗ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ। ବନ୍ୟପ୍ରାଣୀ ଶିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଜରୁରୀ। ଇତିହାସ କହେ ଗଙ୍ଗବଂଶ ରାଜା ଚୋଡ଼ଗଙ୍ଗ ଦେବଙ୍କ ନିକଟରେ ୯୯ହଜାର ହାତୀ ରହିଥିଲେ। ସେହି ସମୟରେ ଓଡ଼ିଶାରେ ଲକ୍ଷେ ଉପରେ ହାତୀ ରହିଥିବାବେଳେ ଏହି ସଂଖ୍ୟା କ୍ରମାଗତ ହ୍ରାସ ପାଇ ୨୦୧୭ ବେଳକୁ ଓଡ଼ିଶାରେ ମାତ୍ର ୧୯୬୭ ହାତୀ ରହିଥିଲେ। ୨୦୧୮ରୁ ୨୦୨୩ ମଧ୍ୟରେ ପ୍ରାୟ ୬୦୦ ହାତୀଙ୍କ ଜୀବନ ଯାଇଛି। ଏଭଳି ଚାଲିଲେ, ହାତୀବଂଶ ଲୋପ ପାଇଯିବାର ସମ୍ଭାବନା ରହିଛି। କେବଳ ହାତୀ ନୁହେଁ ସମସ୍ତ ବନ୍ୟଜନ୍ତୁଙ୍କ ସୁରକ୍ଷା ସଂରକ୍ଷଣ ଜରୁରୀ। ରାଜ୍ୟରେ ହାତୀଦାନ୍ତ, ବାଘଛାଲ, ବ୍ରଜାକାପ୍ତା ଶିକାର ସଂଖ୍ୟା ବଢ଼ି ଚାଲିଛି। ବନ୍ୟଜନ୍ତୁ ଶିକାରୀଙ୍କ ଉପରେ ଦୃୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ କେବଳ ହାତୀ ନୁହେଁ ଧୀରେ ଧୀରେ ସମସ୍ତ ବନ୍ୟଜନ୍ତୁଙ୍କ ସଂଖ୍ୟା ମଧ୍ୟ ଲୋପ ପାଇଯିବ ବୋଲି ପାଣିଗ୍ରାହୀ କହିଛନ୍ତି।
ହାତୀ ଜଙ୍ଗଲ ଛାଡ଼ି ସହରା ମୁହଁା ହେବା ପଛରେ ଅନେକ କାରଣ ରହିଛି। ଜଙ୍ଗଲ ଅବକ୍ଷୟମୁଖୀ ହେବାରେ ଲାଗିଛି। ଦ୍ରୁତ ଶିଳ୍ପାୟନ, ରାସ୍ତା ସମ୍ପ୍ରସାରଣ, ରେଳଲାଇନ ପାଇଁ ଜଙ୍ଗଲ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ପ୍ରତିବର୍ଷ ବିଭାଗ ପକ୍ଷରୁ ଡ୍ରୋନ ସର୍ଭେରେ ଜଙ୍ଗଲ ବଢ଼ିଥିବା ଦର୍ଶାଯାଉଥିବାବେଳେ ବାସ୍ତବ ଚିତ୍ର ଭିନ୍ନ ରହିଛି। ଏହାକୁ ‘ଏମ୍‌ଟି ଫରେଷ୍ଟ ସିଣ୍ଡ୍ରୋମ’ ବୋଲି କୁହାଯାଏ। ଅର୍ଥାତ୍‌ ବାହାରୁ ଯାହା ଦେଖାଯାଉଛି, ତାହା ବାସ୍ତବରେ ସମ୍ପୂର୍ଣ୍ଣ ଅଲଗା ରହିଥାଏ। ଗୋଟିଏ ଜାଗାରେ ୫୦ଗଛ ରହିଥିବା ସର୍ଭେ କହୁଥିବାବେଳେ ସେଠାରେ ମାତ୍ର ୧୦ଟି ଗଛ ରହିଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଥାଏ। ଏଥିରୁ ସ୍ପଷ୍ଟ ଯେ, ଜଙ୍ଗଲର ଗୁଣାତ୍ମକ ମାନ ହ୍ରାସ ପାଇବାରେ ଲାଗିଛି। ଅବକ୍ଷୟମୁଖୀ ଜଙ୍ଗଲ ହାତୀ ମୃତ୍ୟୁର ଏକ ପ୍ରମୁଖ କାରଣ କହିଲେ ଅତ୍ୟୁକ୍ତି ହେବନି । ଏଥିପ୍ରତି ରାଜ୍ୟ ସରକାର ଏବଂ ଜଙ୍ଗଲ ବିଭାଗ ଚିନ୍ତନ କରିବା ଆବଶ୍ୟକ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଜଙ୍ଗଲ ଜଙ୍ଗଲ ମଧ୍ୟରେ ସଂଯୋଗୀକରଣ ବ୍ୟବସ୍ଥାର ଅଭାବ। ୨୦୧୦ରେ ରାଜ୍ୟ ସରକାର ହାତୀ ରହୁଥିବା ୧୪ଟି ଜଙ୍ଗଲ ଅଞ୍ଚଳରେ କରିଡର ପାଇଁ ଘୋଷଣା କରିଥିଲେ। ତାହା ଏଯାବତ୍‌ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏବେ ଜଙ୍ଗଲରେ ହାତୀ ପାଇଁ ଖାଦ୍ୟ ଏବଂ ଜଳ ଅଭାବ ଏକ ମୁଖ୍ୟ ସମସ୍ୟା। ହାତୀ ଦୈନିକ ୧୦ରୁ ୨୦ କି.ମି. ଚଳପ୍ରଚଳ କରିଥାଏ। ଗୋଟିଏ ଜଙ୍ଗଲରୁ ଆର ଜଙ୍ଗଲକୁ ଯିବାବେଳେ ସେଠାରେ ଖାଦ୍ୟ ନ ପାଇଲେ ନିକଟ ଜନବସିତ ମୁହଁା ହୋଇଥାଏ। ସାଧାରଣତଃ ଧାନ, ପଣସ, କଦଳୀ ପ୍ରଭୃତିର ବାସ୍ନା ତଥା ଭୋକ ଓ ଶୋଷ ମେଣ୍ଟାଇବା ପାଇଁ ହାତୀ ଗାଁ ମୁହଁା ହୋଇଥାଏ। ଏବେ ହାତୀ ଗାଁ ଛାଡ଼ି ସହରମୁହଁା ହେବାରେ ଲାଗିଛନ୍ତି। ଏହା ଏକ ସମ୍ବେଦନଶୀଳ ଏବଂ ଚିନ୍ତାଜନକ ବିଷୟ। ଏଥିପ୍ରତି ରାଜ୍ୟ ସରକାର ଗୁୁରୁତ୍ୱ ଦେବା ଜରୁରୀ ହୋଇପଡିଛି ବୋଲି ପାଣିଗ୍ରାହୀ କହିଛନ୍ତି।
ଯେ, ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରୁ ଚାଲିଆସିଥିବା ଏକ ଆହତ ହାତୀ ଭରତପୁର ଜଙ୍ଗଲରେ ରହିଥିଲା। ଚନ୍ଦକା ବନ ବିଭାଗ କର୍ମଚାରୀମାନେ ସୋମବାର ଉକ୍ତ ହାତୀକୁ ଗୁରୁତର ଅବସ୍ଥାରେ ଠାବ କରିଥିଲେ। ପରେ ଓୟୁଏଟି ଏବଂ ନନ୍ଦନକାନନର ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସେଠାରେ ହାତୀଟିର ଚିକିିତ୍ସା କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିଳମ୍ବିତ ରାତିରେ ହାତୀଟିର ମୃତ୍ୟୁ ଘଟିଥିଲା। ହାତୀର ଜିଭ ଛିଡ଼ି ଯିବା ସହ ମାଢ଼ି ହାଡ଼ ଫାଟି ନଷ୍ଟ ହୋଇଯାଇଥିଲା। ବାର୍‌ହା ଶିକାର ପାଇଁ ଖଞ୍ଜା ଯାଇଥିବା ବେମା ଖାଇ ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ଚିକିତ୍ସକ ଟିମ୍‌ ଅନୁମାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri