ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ନିକଟରେ ନିର୍ବାଚନ ପାଇଁ ଟଙ୍କା ନାହିଁ: ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ,୨୬ ।୩: ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ଦେଶରେ ଅର୍ଥ ମନ୍ତ୍ରଣାଳୟ ନିକଟରେ ନିର୍ବାଚନ କରିବାକୁ ଟଙ୍କା ନାହିଁ । ସେ ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କ ସହ ଏକ ପ୍ରେସବାର୍ତ୍ତାରେ ଅନ୍ତରାଷ୍ଟ୍ରୀୟ ମିଡିଆକୁ ସମ୍ବୋଧନ କରିବା ସମୟରେ ଏହା କହିଛନ୍ତି । ପାକିସ୍ତାନ ନିର୍ବାଚନ କମିଶନ ପଞ୍ଜାବରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ କରିବାକୁ ଘୋଷଣା କରିବା ପରେ ଆସିଫଙ୍କ ଏହି ବୟାନ ସାମ୍ନାକୁ ଆସିଛି ।
ଖ୍ୱାଜା ଆସିଫ ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କ ଆଲୋଚନା କରି କହିଛନ୍ତି, ତାଙ୍କୁ ହତ୍ୟା କରାଯିବାକୁ ଚେଷ୍ଟା କରାଯାଉଛି ବୋଲି ଯେଉଁ ଅଭିଯୋଗ ଆସିଛି ତାହା ମିଛ । ସେ କହିଛନ୍ତି, ଇମ୍ରାନ ଖାଁ ପ୍ରଧାନମନ୍ତ୍ରୀ ଥିବା ସମୟରେ ହିଁ ପୂର୍ବତନ ସେନାଧ୍ୟକ୍ଷ ଜନରାଲ କମର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳ ବଢାଇଥିଲେ ଆଉ ଏବେ ତାଙ୍କ ଉପରେ ଅଭିଯୋଗ ଆଣୁଛନ୍ତି । ଆସିଫ କହିଛନ୍ତି, ଇମ୍ରାନ ପ୍ରତିଦିନ ସଙ୍କଟ ସୃଷ୍ଟି କରୁଛନ୍ତି, ହେଲେ ସରକାର ଏହି ସଙ୍କଟର ସମାଧାନ କରୁଛନ୍ତି ଓ ପାକିସ୍ତାନ ଖୁବଶୀଘ୍ର ଏହି ସଙ୍କଟକୁ ଦୂରେଇ ଦେବ ।

Share