Categories: ଖେଳ

ପୁଣି ହାରିଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧୬।୩: ଦିନିକିଆ ମହିଳା ବିଶ୍ୱକପ -୨୦୨୨ର ଏକ ମ୍ୟାଚରେ ବୁଧବାର ଇଂଲଣ୍ଡ ଭାରତୀୟ ମହିଳା କ୍ରିକେଟ ଦଳକୁ ୪ ଉଇକେଟରେ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ମିତାଲି ରାଜଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ଏହା ହେଉଛି ଦ୍ୱିତୀୟ ପରାଜୟ। ୩୬.୨ ଓଭରରେ ୧୩୪ ରନ ସ୍କୋର କରିବା ପରେ ଭାରତୀୟ ଦଳ ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ୩୧.୨ ଓଭରରେ ୬ଟି ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା।
ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ ମ୍ୟାଚ ପରେ ଦଳର ବ୍ୟାଟିଂକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେ ଭଲ ବ୍ୟାଟିଂ କରିପାରି ନ ଥିଲୁ, ଏଥିପାଇଁ ହାରିଲୁ।ଫିଲ୍ଡିଂରେ ଆମେ ପ୍ରତ୍ୟେକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛୁ। ବ୍ୟାଟିଂ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲିସେ କହିଛନ୍ତି। ଏହି ମ୍ୟାଚରେ ଭାରତୀୟ ଦ୍ରୁତ ବୋଲର ଝୁଲନ ଗୋସ୍ବାମୀ ଦିନିକିଆରେ ୨୫୦ ଉଇକେଟ ପୂରଣ କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ଝୁଲନ ହେଉଛନ୍ତି ଦୁନିଆର ପ୍ରଥମ ମହିଳା କ୍ରିକେଟର।

Share